Latest Odisha News

BREAKING NEWS

ଜୋରସୋରରେ ଆଗେଇ ଚାଲିଛି ରଥ ଯାତ୍ରା କାମ

ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା କୁଣ୍ଡଳ, ଶ୍ରୀଭୁଜ ଚାରୋଟିର ମରାମତି କରାଯିବ । ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଆଗକୁ ରଥଯାତ୍ରା ଓ ପରେ ମହାପ୍ରଭୁଙ୍କ ସୁନା ବେଶ ହେବ । ରାଜରାଜେଶ୍ୱର ବେଶ ପୂର୍ବରୁ ଏହି ମରାମତି କାମ ସରିବ । ୪ ଜଣ ଅଭିଜ୍ଞ ସୁନା କାରିଗର ଆଗାମୀ ଦଶମୀ କିମ୍ବା ଏକାଦଶୀ ତିଥିରୁ ଏହି ମରାମତି କାର୍ଯ୍ୟ ଆରମ୍ଭ କରାଯିବ ।

ସେପଟେ ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର । ଅଣସରର ଚତୁର୍ଥ ଦିନରେ ଚାଲିଛି ଗୁପ୍ତ ନୀତିକାନ୍ତି । ଜ୍ୱରର ଉପଚାର ପାଇଁ ପଥିରେ ଅଛନ୍ତି ଠାକୁର । ଚକଟା ଓ ପଣା ଭୋଗ ଲାଗି କରାଯାଉଛି । ସେପଟେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ରତ୍ନବେଦୀରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୁବନେଶ୍ୱରୀଙ୍କୁ ପୂଜା କରାଯାଉଛି ।

ଖୁବ୍ କମ୍ ଦିନ ରହିଲା ରଥ ଯାତ୍ରା । ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥ କାମ । ସମୟ ପୂର୍ବରୁ ସବୁ କାମ ସାରିବା ପାଇଁ ଲାଗି ପଡ଼ିଛନ୍ତି ମହାରଣା ସେବାୟତ ।  ନିର୍ଦ୍ଧାରିତ ସମୟ ପୂର୍ବରୁ ଚାରି ନାହାକା, ୧୪ ନାହାକା, ଯୋଖା, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭୂଇଁ ଆଦି ୭୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ।

ବର୍ତ୍ତମାନ ତିନି ରଥର ପୋଟଳ ନିର୍ମାଣ କାର୍ଯ୍ୟ ଜକିଆ କଣ୍ଟା ବାଡ଼ାଯାଇ ପ୍ରସ୍ତୁତ ହେଉଛି । ଆଜି ସମସ୍ତ ପୋଟଳ ରଥଉପରେ ସଂଯୋଗ ପୂର୍ବରୁ ପୋଟଳଗୁଡ଼ିକର ଚାରି ପାର୍ଶ୍ୱରେ କଣ୍ଟା ବାଡ଼ାଯିବ । ଗତକାଲି ୩୨ଟି ଲେଖାଁଏ ପାଖୁଡ଼ା ନିର୍ମାଣ କରାଯିବା ପରେ କଳସ ପେଣ୍ଡିରେ ବସାଯାଇଛି ।କୋଭିଡ୍‌ କଟକଣା ଭିତରେ ମହାରଣା ସେବାୟତଙ୍କୁ କାମ କରିବାକୁ ପରାମର୍ଶ ଦିଆଯାଇଛି ।

 

Leave A Reply

Your email address will not be published.