Latest Odisha News

BREAKING NEWS

କିଏ ମାରିବ ବାଜି: ଜନ୍ମମାଟିରେ କମଳାଙ୍କ ପାଇଁ ପୂଜାର୍ଚ୍ଚନା

ଥିରୁବନ୍ତପୁରମ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କିଏ ମାରିବ ବାଜି ? ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା । ଏବେ ବି ଚାଲିଛି କିଛି ସ୍ଥାନରେ ଭୋଟିଂ । ଡୋନାଲ୍ଡ ଟ୍ରମ୍ଫ- କମଳା ହାରିସଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ସୂଚନା ମିଳିଛି । ଚାଲିଛି ଏଗଜିଟ୍ ପୋଲ । କେଉଁଠି ଟ୍ରମ୍ପ ଆଗରେ ଅଛନ୍ତି ତ କେଉଁଠି କମଳା । ସେପଟେ କିନ୍ତୁ ଭାରତୀୟ ବଂଶଦ୍ଭବ କମଳା ହାରିସଙ୍କ ପାଇଁ ଜନ୍ମମାଟି ତାମିଲନାଡୁର ଥୁଲସେନ୍ଦ୍ରପୁରମ୍ ଗାଁରେ ଚାଲିଛି ପୂଜାର୍ଚ୍ଚନା । କମଳାଙ୍କ ଜିତ୍ ପାଇଁ ଗାଁର ସମସ୍ତେ ଏକାଠି ହୋଇ ପୂଜାର୍ଚ୍ଚନା କରୁଥିବାର ଚିତ୍ର ସାମ୍ନାକୁ ଆସିଛି ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ହାରିସଙ୍କ ବିଜୟ ପାଇଁ କାମଳା ହାରିସଙ୍କ ଜନ୍ମମାଟି ଥୁଲସେନ୍ଦ୍ରପୁରମ୍ ଗାଁର ଲୋକମାନେ ପୂଜାର୍ଚ୍ଚନା କରିଛନ୍ତି । ଏଥିପାଇଁ ଥିରୁଭରୁର ଜିଲ୍ଲାର ଥୁଲସେନ୍ଦ୍ରପୁରମ୍ ଗ୍ରାମରେ ଉତ୍ସାହର ବାତାବରଣ ଖେଳିଯାଇଛି । ବର୍ତ୍ତମାନର ଉପରାଷ୍ଟ୍ରପତି କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ହେବେ ବୋଲି ଆଶାବାଦୀ ଅଛନ୍ତି ଏହି ଗାଁର ଲୋକମାନେ । ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ହରିସ ବିଜୟ ହୁଅନ୍ତୁ, ଏହି ଆଶାରେ ଗ୍ରାମବାସୀ ଶ୍ରୀ ଧର୍ମ ସଂସ୍ଥା ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ସେହିପରି ଗାଁ ମୁଣ୍ଡରେ ଗ୍ରାମବାସୀମାନେ କମଳାଙ୍କ ଏକ ବଡ ବ୍ୟାନର ଲଗାଇ ଖୁସି ମନଉଛନ୍ତି । କେବଳ ସେତିକି ନୁହେଁ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବ୍ୟାନରରେ କମଳାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମବାସୀ।

ଥୁଲସେନ୍ଦ୍ରପୁରମ୍ କମଳାଙ୍କ ଜେଜେବାପା ତଥା ପୂର୍ବତନ ଭାରତୀୟ କୂଟନୀତିଜ୍ଞ ପି.ବି ଗୋପାଳନଙ୍କ ପୈତୃକ ଗ୍ରାମ । କମଳାଙ୍କ ମାତା ଶ୍ୟାମଳା ପି.ବି ଗୋପାଳନଙ୍କ ଝିଅ । ୨୦୨୦ ଅଗଷ୍ଟରେ କମଳା ଉପରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରେଟ୍ ପ୍ରାର୍ଥୀ ଭାବରେ ମନୋନୀତ ହେବାପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା । ସେହିବର୍ଷ ଉପରାଷ୍ଟ୍ରପତି ନିର୍ବାଚନରେ କମଳାଙ୍କ ବିଜୟ ପରେ ପୁରା ଗାଁ ଉତ୍ସବ ପାଳନ କରିଥିଲା । ସେହିଭଳି ମଦୁରାଇରେ ମଧ୍ୟ ପୂଜାର୍ଚ୍ଚନା କରି କମଳାଙ୍କ ବିଜୟ ପାଇଁ ପ୍ରାର୍ଥନା କରାଯାଇଛି । ଯଦି କମଳା ନିର୍ବାଚନରେ ​​ଜିତନ୍ତି ତେବେ ଜିଲ୍ଲାର ପେଙ୍ଗାନାଡୁ ଗ୍ରାମରେ ଗ୍ରାମବାସୀ ମାନଙ୍କ ପାଇଁ ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି ।

Comments are closed.