Latest Odisha News

BREAKING NEWS

ସୂର୍ଯ୍ୟପରାଗ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ

ପୁରୀ: ସୂର୍ଯ୍ୟପରାଗ ଅବସରରେ ଗୁରୁବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନୀତି ନିର୍ଘଣ୍ଟ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଗତକାଲି ସାରାରାତି ଶ୍ରୀମନ୍ଦିର ଖୋଲା ରହିଥିବା ବେଳେ ରାତିତମାମ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଯାହା ଏକ ବିରଳ ଘଟଣା ବୋଲି ସେବାୟତମାନେ ମତ ଦେଇଛନ୍ତି ।

ଶ୍ରୀମନ୍ଦିର ନୀତିନିର୍ଘଣ୍ଟ ମୁତାବକ ୨୫ ତାରିଖ ରାତି ୮ ଟା ୨୦ ରେ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଥିବା ବେଳେ ଡିସେମ୍ୱର ୨୬ ସକାଳ ୮ ଟା ୨୦ ମିନିଟ ୮ ସେକେଣ୍ଡରେ ସୂର‌୍ୟ୍ୟ ପରାଗ ସ୍ପର୍ଶ କରିବ ।

ସୂର୍ଯ୍ୟପରାଗ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ ନୀତି ହେବ । ଏହି ଗ୍ରହଣ ମହାସ୍ନାନ ନୀତି ପ୍ରାୟ ୧ ଘଣ୍ଟା ଚାଲିବାକୁ ଥିôବାବେଳେ ପରବର୍ତ୍ତୀ ସମୟରେ ଗ୍ରହଣ ଖଇକରା ନୀତି ଅନୁଷ୍ଠିତ ହେବ ।

ତେବେ ପରେପରେ ତଡ଼ପ ମଇଲମ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଗ୍ରହଣ ସାଧାବେଶ ପରେ ଗ୍ରହଣ ଭୋଗ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.