Latest Odisha News

BREAKING NEWS

ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।

ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ପିକେଟିଂ ସହ ରାସ୍ତାରୋକ୍ କରାଯାଇଛି । ଏପରିକି ଶତାଧିକ କର୍ମୀମାନେ ଟାୟାର ଜାଳି ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ସହରରେ ଯାତାୟାତ ବ୍ୟବସ୍ଥା ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

ସହରର ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ଯାହାଫଳରେ ଜନଜୀବନ ସମାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ଜଣେ ୧୬ବର୍ଷୀୟ ବାଳିକା ଭୋର୍ ସମୟରେ ଶୌଚହେବା ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ତାକୁ କେହି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.