Latest Odisha News

ଭୁବନେଶ୍ୱରରେ ମହିଳାଙ୍କ ତଣ୍ଟି କାଟି ଲୁଟ୍ ଉଦ୍ୟମ କରିଥିବା ଦୁର୍ବୃତ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କ ତଣ୍ଟିକୁ କାଟି ଲୁଟ୍ ଉଦ୍ୟମ କରିଥିବା ଦୁର୍ବୃତ୍ତ ଗିରଫ । ଆକ୍ରମଣକାରୀକୁ ଗିରଫ କରିଛି ସ୍ପେଶାଲ୍ ସ୍କାଡ୍ । କାହିଁକି ସେ ମହିଳାଙ୍କୁ ଆକ୍ରମଣ କରିଥିଲା ସେନେଇ ତାକୁ ପଚଚରାଉଚରା କରାଯାଉଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି ।

ମହିଳାଙ୍କୁ ଆକ୍ରମଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ବ୍ୟସ୍ତବହୁଳ ନୟାପଲ୍ଲୀର ଭିଆଇପି କଲୋନୀରେ ଦୁଇ ଦିନ ତଳେ ସକାଳେ ଏହି ଘଟଣା ଘଟିଥିଲା । ମହିଳା ଜଣଙ୍କ ପରିବା କିଣିବା ପାଇଁ ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲା । ପରେ ପକେଟରୁ ଧାରୁଆ ଅସ୍ତ୍ର ବାହାର କରି ମହିଳାଙ୍କ ବେକକୁ ଆଘାତ ଦେଇଥିଲା । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଦୃର୍ବୃତ୍ତ ।

Leave A Reply

Your email address will not be published.