Latest Odisha News

BREAKING NEWS

କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣା; ଫସିଥିବା ଯାତ୍ରୀଙ୍କୁ ନେଇ ବାହାରିଲା ସ୍ପେଶାଲ୍‌ ଟ୍ରେନ୍‌ 

ମିଳିଲା ମୃତକ ଜଣକ ଅଲ୍ଲୀପୁର ବାସିନ୍ଦା ବୋଲି ଜଣାପଡିଛି

କଟକ: କଟକ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଥିଲା ବେଳେ ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ଆଉ ଜଣଙ୍କ ମୃତ୍ଯୁ ଘଟିଥିଲା।

ଦୁର୍ଘଟଣାରେ ମୃତ୍ଯୁବରଣ କଣିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ଜଣଙ୍କ ଶୁଭଙ୍କର ରାୟ ଓ ସେ ଅଲ୍ଲୀପୁର ବାସିନ୍ଦା ବୋଲି ଜଣାପଡିଛି। ଶୁଭଙ୍କର ପରିବାର ସହ ବେଙ୍ଗାଲୁରୁରୁ ଅଲ୍ଲୀପୁର ଫେରୁଥିଲେ।

ଏପଟେ ଦୁର୍ଘଟଣା ପରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଛି ସ୍ପେଶାଲ ଟ୍ରେନ୍। ମଙ୍ଗୁଳି ଚୌଦ୍ବାରରେ ଅଟକିଥିବା ଯାତ୍ରୀଙ୍କୁ ନେଇ ଛାଡ଼ିଲା ସ୍ପେଶାଲ୍‌ ଟ୍ରେନ୍‌ । ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ ସ୍ପେଶାଲ୍‌ ଟ୍ରେନ୍‌।

ଉଲ୍ଲେଖଯୋଗ୍ୟ, ଆଜି ପୂର୍ବାହ୍ନ ୧୧ଟା ୫୪ ମିନିଟ୍‌ରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍‌ର ଟ୍ରେନର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଯେଉଁଥିରେ ସୌଭାଗ୍ୟବଶତଃ ବିଶେଷ ଧନଜୀବନ କ୍ଷତି ହୋଇନଥିବା ବେଳେ ଏଥିରେ ୭ ଜଣ ଆହତ ହୋଇଥିଲେ।ସେଥିରୁ ଜଣଙ୍କର ମୃତ୍ୟୁ ମଧ୍ଯ ହୋଇଥିଲା।

ଅପରପକ୍ଷେ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଅନେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ଗତିପଥ ବଦଳିଥିଲା। ଏହାରି ଭିତରେ ହେଲ୍ପଲାଇନ୍ ନମ୍ବର ଜାରି କରିଥିଲା ଇଷ୍ଟକୋଷ୍ଟ ରେଲୱେ।

Comments are closed.