ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ସେବା । କିଛି ସ୍ପେଶାଲ ଟ୍ରେନ୍ ସପ୍ତାହକୁ ୪ ଦିନ ଚାଲିବାକୁ ସ୍ଥିର ହୋଇଛି । ଏନେଇ ଟ୍ରେନ୍ ଯାତ୍ରୀ ମାନଙ୍କୁ ଜଣାଇ ଦିଆଯାଇଛି । ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ଟ୍ରେନ୍ ଏଣିକି ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ଼ ୧୯ ସଂକ୍ରମଣ ପାଇଁ ଏହି ଟ୍ରେନକୁ ପୂର୍ବରୁ ସପ୍ତାହରେ ଦୁଇଥର ଚଲାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାକୁ ଏବେ ପରିବର୍ତନ କରାଯାଇଛି ।
02823 -ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ ଟ୍ରେନ୍ ଭାୟା ଟାଟା ,ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ସୋମବାର ଏବଂ ଶୁକ୍ରବାର ଦିନ ମାନଙ୍କରେ ବାତିଲ ରହିବ । 02824- ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ଟ୍ରେନ୍ ଭାୟା ଟାଟା ନୂଆଦିଲ୍ଲୀରୁ ପ୍ରତି ବୁଧବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ମଙ୍ଗଳବାର ଏବଂ ଶନିବାର ଦିନ ମାନଙ୍କରେ ବାତିଲ ରହିବ ।
02825/02826 -ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ଟ୍ରେନ୍ ରବିବାର ଏବଂ ବୁଧବାର ଦିନ ଏବଂ ନୂଆଦିଲ୍ଲୀରୁ ସୋମବାର ଏବଂ ଶୁକ୍ରବାର ଦିନ ଚଳାଚଳ କରିବ । 02855/02856- ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ଟ୍ରେନ୍ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ଭୁବନେଶ୍ୱରରୁ ୨୬ ଜୁନ୍ ଶନିବାର ଏବଂ ନୂଆଦିଲ୍ଲୀରୁ ୨୭ ଜୁନ୍ ବାତିଲ ରହିବ ।
Comments are closed.