ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଷ୍ଟେସନରେ ପହଁଚିଛି ଔଷଧ ସମେତ ଜରୁରୀ ସାମଗ୍ରୀ । ପଲାସା, ବ୍ରହ୍ମପୁର, ବଲାଙ୍ଗୀର, ବରଗଡ, ସମ୍ବଲପୁର ଏବଂ ରାୟଗଡା ଷ୍ଟେସନରେ ଆଜି କାର୍ଟୁନରେ ଭର୍ତି ବିଭିନ୍ନ ଔଷଧ ପହଁଚିଛି । ବିଶାଖାପାଟଣା ଷ୍ଟେସନରୁ ସ୍ୱତନ୍ତ୍ର ପାର୍ସଲ ଏକ୍ସପ୍ରେସ ଟ୍ରେନରେ ଏସବୁ ଔଷଧ ଆସିଛି । ସେହିପରି କେସିଙ୍ଗା ଷ୍ଟେସନରେ ପହଁଚିଛି ବିଭିନ୍ନ ମେଡିକାଲ ଉପକରଣ ।
ଏସବୁ ବାଦ ଦୁଗ୍ଧ ପାଉଡର ଏବଂ ଜରୁରୀ ଔଷଧ ବ୍ରହ୍ମପୁର ଷ୍ଟେସନରେ ପହଁଚିଛି । ସେହିପରି ବିିଜୟାନଗରମରୁ ଟିଟିଲାଗଡ ଏବଂ ବଲାଙ୍ଗୀରକୁ ପଇଡ ଆସିଥିବା ବେଳେ ରାୟଗଡାକୁ ଗ୍ରୋସରୀ ସାମଗ୍ରୀ ଆସିଛି ।
ଏଫସିଆଇ ଦ୍ୱାରା ମଧ୍ୟପ୍ରଦେଶର ଗରା ଷ୍ଟେସନରୁ ୫୮ଟି ୱାଗନରେ ୩୩୬୪ ଟନ୍ ଗହମ କଟକରେ ପହଁଚିଛି । ସେହିପରି ଶ୍ରୀକାକୁଲମ, ପେଣ୍ଡୁର୍ଥୀ, ବରଗଡ ଏବଂ ବଲାଙ୍ଗୀରରୁ ଦକ୍ଷିଣ ଭାରତ ଅଭିମୁଖେ ଚାଉଳ ନିଆଯାଇଛି ।
ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ଲୋକଙ୍କ ପାଖରେ କେମିତି ଜରୁରୀ ସାମଗ୍ରୀ ପହଁଚିବ ସେନେଇ ୨୪ ଘଂଟିଆ କାମରେ ଲାଗିଛି ଭାରତୀୟ ରେଳବାଇ । ସ୍ୱତନ୍ତ୍ର ମାଲ ପରିବହନ ଟ୍ରେନ୍ରେ ଖାଦ୍ୟ, ତେଲ, କୋଇଲା, ଫଳ ଏବଂ ପନିପରିବା ସମେତ କ୍ଷୀର, ଖାଇବା ତେଲ, ଚିନି ଏବଂ ଲୁଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଇଛି । ଦେଶବାସୀଙ୍କୁ ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁର ବାର୍ତା ଦେଇ କୋଭିଡ-୧୯ ବିରୋଧରେ ଲଢେଇ ଜାରି ରଖିଛନ୍ତି ଭାରତୀୟ ରେଳବାଇର ଯୋଦ୍ଧା ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.