ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଷ୍ଟେସନରେ ପହଁଚିଛି ଔଷଧ ସମେତ ଜରୁରୀ ସାମଗ୍ରୀ । ପଲାସା, ବ୍ରହ୍ମପୁର, ବଲାଙ୍ଗୀର, ବରଗଡ, ସମ୍ବଲପୁର ଏବଂ ରାୟଗଡା ଷ୍ଟେସନରେ ଆଜି କାର୍ଟୁନରେ ଭର୍ତି ବିଭିନ୍ନ ଔଷଧ ପହଁଚିଛି । ବିଶାଖାପାଟଣା ଷ୍ଟେସନରୁ ସ୍ୱତନ୍ତ୍ର ପାର୍ସଲ ଏକ୍ସପ୍ରେସ ଟ୍ରେନରେ ଏସବୁ ଔଷଧ ଆସିଛି । ସେହିପରି କେସିଙ୍ଗା ଷ୍ଟେସନରେ ପହଁଚିଛି ବିଭିନ୍ନ ମେଡିକାଲ ଉପକରଣ ।
ଏସବୁ ବାଦ ଦୁଗ୍ଧ ପାଉଡର ଏବଂ ଜରୁରୀ ଔଷଧ ବ୍ରହ୍ମପୁର ଷ୍ଟେସନରେ ପହଁଚିଛି । ସେହିପରି ବିିଜୟାନଗରମରୁ ଟିଟିଲାଗଡ ଏବଂ ବଲାଙ୍ଗୀରକୁ ପଇଡ ଆସିଥିବା ବେଳେ ରାୟଗଡାକୁ ଗ୍ରୋସରୀ ସାମଗ୍ରୀ ଆସିଛି ।
ଏଫସିଆଇ ଦ୍ୱାରା ମଧ୍ୟପ୍ରଦେଶର ଗରା ଷ୍ଟେସନରୁ ୫୮ଟି ୱାଗନରେ ୩୩୬୪ ଟନ୍ ଗହମ କଟକରେ ପହଁଚିଛି । ସେହିପରି ଶ୍ରୀକାକୁଲମ, ପେଣ୍ଡୁର୍ଥୀ, ବରଗଡ ଏବଂ ବଲାଙ୍ଗୀରରୁ ଦକ୍ଷିଣ ଭାରତ ଅଭିମୁଖେ ଚାଉଳ ନିଆଯାଇଛି ।
ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ଲୋକଙ୍କ ପାଖରେ କେମିତି ଜରୁରୀ ସାମଗ୍ରୀ ପହଁଚିବ ସେନେଇ ୨୪ ଘଂଟିଆ କାମରେ ଲାଗିଛି ଭାରତୀୟ ରେଳବାଇ । ସ୍ୱତନ୍ତ୍ର ମାଲ ପରିବହନ ଟ୍ରେନ୍ରେ ଖାଦ୍ୟ, ତେଲ, କୋଇଲା, ଫଳ ଏବଂ ପନିପରିବା ସମେତ କ୍ଷୀର, ଖାଇବା ତେଲ, ଚିନି ଏବଂ ଲୁଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଇଛି । ଦେଶବାସୀଙ୍କୁ ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁର ବାର୍ତା ଦେଇ କୋଭିଡ-୧୯ ବିରୋଧରେ ଲଢେଇ ଜାରି ରଖିଛନ୍ତି ଭାରତୀୟ ରେଳବାଇର ଯୋଦ୍ଧା ।
BREAKING NEWS
- Weather Update: ଆସୁଛି ବଡ଼ ବର୍ଷା: ଏହି ସବୁ ଜିଲ୍ଲାକୁ ଆଲର୍ଟ
- ଖୁବଶୀଘ୍ର ସରୁଛି ଯୁଦ୍ଧ, ଜିତୁଛି ଇସ୍ରାଏ: ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
- ସରକାରଙ୍କ ବଡ଼ ନିଷ୍ପତ୍ତି, ଇ-ଚାଲାଣରେ ୫୦ ପ୍ରତିଶତ ରିହାତି
- ଗଛରେ ପିଟିହେଲା ହେଲା କାର୍; ୨ ମୃତ
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଓରେଡା ସହକାରୀ ନିର୍ଦ୍ଦେଶକ
- ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ; ପ୍ରଭାବିତ ଅଞ୍ଚଳରେ ହେବ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା
- ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ
- ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳର ପ୍ରତିବାଦ
- ବିଲୁପ୍ତପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ୨୪୭.୦୨୪ କୋଟି ଟଙ୍କାର ବୁଝାମଣାପତ୍ର ସ୍ଵାକ୍ଷର
- Severe Accident: ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଯୁବକ ମୃତ
Comments are closed.