Latest Odisha News

BREAKING NEWS

ବ୍ରିଟେନରେ କରୋନା ଚିକିତ୍ସା କରୁଥିବା ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ !

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀର ଭୟାବହତା ବଢି ବଢି ଚାଲିଛି । ଆମେରିକା ଓ ୟୁରୋପରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଗତ ୨ ଦିନ ହେଲା ବୃଦ୍ଧି ପାଇଛି । ବ୍ରିଟେନରେ କରୋନା ରୋଗ ଚିକିତ୍ସା କରୁଥିବା ୨ ଜଣ ଭାରତୀୟ ଡାକ୍ତରଙ୍କ ଏହି ଭୂତାଣୁ ସଂକ୍ରମଣରେ ପ୍ରାଣହାନୀ ଘଟିଛି ।

କରୋନା ସଂକ୍ରମଣରେ ଜଣେ ୭୦ ବର୍ଷ ବୟସ୍କ ଓଡ଼ିଆ ଡାକ୍ତର ମୃତ୍ୟୁବରଣ କରିଛନ୍ତି । ସେ ହେଉଛନ୍ତି ମାନସିକ ବିଶେଷଜ୍ଞ ଡାକ୍ତର ରାଧାରମଣ ଶର୍ମା । ଓଡ଼ିଶାର କଟକସ୍ଥିତ ମାରୱାଡ଼ିପଟିରେ ତାଙ୍କର ଘର । ସେ କଟକ ଷ୍ଟୁଆର୍ଟ ସ୍କୁଲରେ ପଢୁଥିଲେ ଏବଂ ଏସସିବି ମେଡ଼ିକାଲ୍ କଲେଜରୁ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ ।

ସେହିପରି ଭାବେ କରୋନା ସଂକ୍ରମଣରେ ପୂର୍ବରୁ ଅନ୍ୟ ୨ ଜଣ ଭାରତୀୟ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି ।

Leave A Reply

Your email address will not be published.