Latest Odisha News

BREAKING NEWS

ଜୁଲାଇରେ କରୋନା ମୁକାବିଲା ବେଳେ ଫୋକସରେ ରହିବ ଓଡ଼ିଶାର ଏହି ୬ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଲକଡାଉନକୁ ୫୦ ଦିନ ପୂରିଛି । ଆଉ ୪ ଦିନ ପରେ ସରୁଛି ଆଂଶିକ ଲକଡାଉନ୍ । ଜୁଲାଇ ୧ରୁ କଣ ହେବ ? ଅଧିକ ପଜିଟିଭ୍ ହାର ଥିବା ଜିଲ୍ଲାରୁ କଟକଣା କୋହଳ ହେବ ନା ବଳବତ୍ତର ରହିବ ଲକଡାଉନ୍ କଟକଣା । ବର୍ତ୍ତମାନ ଓଡ଼ିଶାର କରୋନା ଗ୍ରାଫ ଦର୍ଶାଉଛି ପଜିଟିଭିଟି ରେଡ୍ ଜୋନରେ ଅଛି ୫ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଓ ନୟାଗଡ଼ ଜିଲ୍ଲା । ଏସବୁ ଜିଲ୍ଲାରେ ଜୁଲାଇ ୧ ପରେ ମୁକାବିଲା ରଣନୀତି କଣ ରହିବ ତାଉପରେ ନଜର ରହିଛି ।

ଫୋକସରେ ଖୋର୍ଦ୍ଧା, କଟକ, ଯାଜପୁର
ଖୋର୍ଦ୍ଧାରେ ଏବେ ପଜିଟିଭ୍ ହାର ୧୦.୧ ପ୍ରତିଶତ ରହିଛି । ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୫ହଜାର ୨୪୭ । ସେହିପରି କଟକରେ ୩ହଜାର ୭୯୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ପଜିଟିଭ୍ ହାର ରହିଛି ୭.୮ ପ୍ରତିଶତ । ଯାଜପୁର ଜିଲ୍ଲାରେ ୮.୫ ପ୍ରତିଶତ ପଜିଟିଭିଟି ରହିଛି । ଆକ୍ଟିଭ୍ କେସ୍ ସଂଖ୍ୟା ୩ହଜାର ୧୨୯ ।
ପୁରୀ, ନୟାଗଡ଼, ବାଲେଶ୍ୱର ରଣନୀତି କ’ଣ ?
ବାଲେଶ୍ୱରରେ ଆକ୍ଟିଭ୍ କେସରେ (୨୭୨୦) ରେଡ୍ ଜୋନରେ ଥିବା ବେଳେ ପଜିଟିଭ୍ ହାରରେ(୬.୩%) ୟେଲୋ ଜୋନରେ ଅଛି । ସେହିପରି ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପଜିଟିଭିଟି(୧୧.୨%) ଥିବା ବେଳେ ଆକ୍ଟିଭ୍ କେସରେ (୧୨୯୧) ୟେଲୋ ଜୋନରେ ଅଛି । ପୁରୀ ଆକ୍ଟିଭ୍ କେସରେ(୧୯୦୮) ୟେଲୋ ଜୋନରେ ଆସୁଥିବା ବେଳେ ପଜିଟିଭ୍ ହାରରେ (୮%) ରେଡ୍ ଜୋନରେ ଅଛି ।

ଏସବୁ ଜିଲ୍ଲାର ସ୍ଥିତି ଉପରେ ଅନୁଧ୍ୟାନ କରୁଛନ୍ତି ସରକାର । ଆଗକୁ ମୁକାବିଲା ରଣନୀତି ଉପରେ ବିଚାରବିମର୍ଶ ଚାଲିଛି । କାରଣ ୧ ତାରିଖରେ ସରୁଛି ଆଂଶିକ ଲକଡାଉନ୍ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାରେ ଆଂଶିକ କଟକଣା ଥିବା ବେଳେ ଅଧିକ ସଂକ୍ରମଣ ହାର ଥିବା ଉପକୂଳ ଓ ଉତ୍ତର ଓଡ଼ିଶାର ୧୩ ଜିଲ୍ଲା ଆଂଶିକ ଲକଡାଉନରେ ଅଛି । ଆସନ୍ତା ୧ ତାରିଖରେ ଅଧିକ ସଂକ୍ରମଣ ଓ ଆକ୍ଟିଭ୍ କେସ୍ ଥିବା ୬ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଓ ନୟାଗଡ଼ ଉପରେ କି ନିଷ୍ପତ୍ତି ନେବେ ସରକାର ନଜର ରହିଛି ।

Leave A Reply

Your email address will not be published.