Latest Odisha News

BREAKING NEWS

ଭିନ୍ନକ୍ଷମ ହେଲେ ଜୀବନ ସଂଘର୍ଷରେ ସକ୍ଷମ

ବେଳେବେଳେ ସାମାନ୍ୟ ପ୍ରତିବନ୍ଧକ ଆସିଲେ ମଣିଷ ଭାଙ୍ଗିଯାଏ। ହେଲେ ନା ସେ ଭାଙ୍ଗିଛନ୍ତି ନା ସେ ହାରିଛନ୍ତି। ସେ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସବୁଥିରେ ସକ୍ଷମ ପାଲଟିଛନ୍ତି। ଜୀବନ ଯୁଦ୍ଧରେ ଅଭାବ ଅନଟନ ସହ ସଂଘର୍ଷ କରି ବଞ୍ଚୁଛନ୍ତି।

ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ । ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭିନ୍ନକ୍ଷମ । ନିଜର ଗୋଟେ ଗୋଡ ସେ ହରାଇଛନ୍ତି । ସେ ଗୋଟିଏ ହାତରେ କବାଡିଆ ଜିନିଷ ଭର୍ତ୍ତି ଟ୍ରଲି ଟାଣୁଥିବା ବେଳେ ଅନ୍ୟ ହାତରେ ନିଜ କ୍ରଚ୍ ଧରିଛନ୍ତି ।   ଯାହାଫଳରେ ଠିକ୍ ଭାବରେ ଚାଲି ପାରୁଛନ୍ତି  ।

ବେଳେବେଳେ ପାଖରେ ସବୁକିଛି ଥାଇ ବି ମନରେ ଅନେକ ଅଭିଯୋଗ ଥାଏ । କିନ୍ତୁ, କିଛି ଲୋକଙ୍କ ପାଇଁ ଜୀବନ ବାସ୍ତବରେ କେତେ କଷ୍ଟକର ତାହା ଆମେ ଭାବି ନଥାଉ । ଟ୍ୱିଟରରେ ଆମୀର ଖାନ ନାମକ ଜଣେ ବ୍ୟକ୍ତି ଏହି ଭିଡିଓ ସେୟାର କରିଛନ୍ତି।  ୧୧ସେକେଣ୍ଡର ଏହି କ୍ଲିପକୁ ପ୍ରାୟ୧୬୧,୦୦୦ ଥର ଦେଖାଯାଇଛି । ଟ୍ୱିଟର ବ୍ୟବହାରକାରୀମାନେ ବ୍ୟକ୍ତିଙ୍କୁ ପ୍ରଶଂସା କରିବା ସହ ଭଗବାନ ତାଙ୍କୁ  ଆଶୀର୍ବାଦ କରନ୍ତୁ ବୋଲି ଲେଖିଛନ୍ତି।

Leave A Reply

Your email address will not be published.