ଭୁବନେଶ୍ୱର: ନ୍ୟାସନାଲ ହାଇୱେ ଅଥରିଟୀ ଅଫ ଇଣ୍ଡିଆ (ଏନଏଚଏଆଇ) ଦ୍ବାରା ଭୁବନେଶ୍ୱରର ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ମୁଖରେ ଥିବା NH-16 ଲେନରେ ସ୍ପିଡ୍ ରିଡ୍ୟୁସରଗୁଡ଼ିକୁ ଲଗାଯାଇଛି। ତେବେ ଏହାଦ୍ବାରା ସେଠାରେ ଯାତାୟାତ କରୁଥିବା ଯାତ୍ରୀ ଓ ପଦଯାତ୍ରୀମାନେ ସୁରକ୍ଷିତ ଭାବରେ ଚଳାଚଳ କରିପାରିବେ।
ଏହା ପୂର୍ବରୁ ଏହି ଅଞ୍ଚଳରେ ଲଗାଯାଇଥିବା ସ୍ପିଡ୍ ରିଡ୍ୟୁସରଗୁଡ଼ିକର ସଠିକ୍ ସମୟରେ ମରାମତି ନ ହୋଇ ପାରିଥିବାରୁ ସେଗୁଡିକ ଭଙ୍ଗାରୁଜା ଯାଇଥିଲା। ଯାହାଫଳରେ ବାଣୀବିହାର କ୍ୟାମ୍ପସ ନିକଟରୁ ଯାତାୟାତ କରୁଥିବା ସମୟରେ ଲୋକମାନେ ବିପଦର ସମ୍ମୁଖୀନ ହେଉଥିଲେ।
ଏହା ବ୍ୟତୀତ ଏନଏଚଏଆଇ ରସୁଲଗଡ଼ ସ୍କୋୟାର ନିକଟରେ ରାଜପଥ ସର୍ଭିସ୍ ଲେନରେ ଟ୍ରାଫିକ୍ କୁ କଣ୍ଟ୍ରୋଲ କରିବା ପାଇଁ ମଧ୍ୟ ଅନେକ ଯୋଜନା କରୁଥିବା ଜଣାପଡ଼ିଛି।
NH-16ର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସର୍ଭିସ୍ ଲେନ୍ରେ ସଡ଼କ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ଥିବା ନେଇ ବିଶେଷଜ୍ଞ ମାନେ ମତ ଦେଇଥିଲେ। ପଥଚାରି ଏବଂ ମୋଟର ଚାଳକଙ୍କ ଭୁଲ ଗାଡ଼ି ଚଲାଇବାକୁ ନେଇ ହେଉ କିମ୍ବା ଭୁଲ ପାର୍ଶ୍ୱରେ ଅଥବା ଦୃତ ଗତିରେ ଗାଡ଼ି ଚଲାଇବା ଯୋଗୁ ସେହି ସ୍ଥାନ ମାନଙ୍କରେ ବହୁ ଦୁର୍ଘଟଣା ହେଉଥିଲା।
ଏହାକୁ ନେଇ ସଡ଼କ ସୁରକ୍ଷା ବିଶେଷଜ୍ଞ ସୟଦ ମକବୁଲ ଅଲି କହିଛନ୍ତି ଯେ ଏହି ଦୁଇଟି ସ୍ଥାନରେ ସ୍ପିଡ୍ ରିଡ୍ୟୁସର ଏବଂ ପ୍ରତିଫଳକ ସ୍ଥାପନ କରି ଟ୍ରାଫିକକୁ ଶାନ୍ତିମୂଳକ ଭାବରେ ପରିଚାଳନା କରିହେବ।
Comments are closed.