Latest Odisha News

BREAKING NEWS

ଓଡ଼ିଆ ଭାଷା ପ୍ରତିଷ୍ଠାନରେ ପାଞ୍ଚ ଦିନିଆ ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ ଶିବିର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଏକ ପାଞ୍ଚଦିନିଆ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ ଶିବିର’ ଉଦଯାପିତ ହୋଇଯାଇଛି। ଏହି ଶିବିରରେ ୬୫ ଜଣ ପ୍ରତିଭାଗୀ ଭାଗ ନେଇଥିଲେ।

ଚୀନ ଓ ମଧ୍ୟଯୁଗୀୟ ଗ୍ରନ୍ଥ ସମ୍ପାଦନାର କୌଶଳ, ପ୍ରୁଫ୍ ସଂଶୋଧନର ମୌଳିକ ସମସ୍ୟା ଓ ତା’ର ନିରାକରଣ, ଓଡ଼ିଆ ଭାଷାରେ ନିର୍ଭୁଲ ଲେଖାର ମୂଳ ସୂତ୍ର ଓ କମ୍ପ୍ୟୁଟର ମାଧ୍ୟମରେ ପ୍ରୁଫ୍ ସଂଶୋଧନ ଇତ୍ୟାଦି ବିଷୟରେ ଏହି ଶିବିରର ବିଭିନ୍ନ ଅଧିବେଶନରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଅଧିବେଶନ ଗୁଡିକରେ ଗୌରାଙ୍ଗ ଚରଣ ଦାଶ, ପ୍ରଦୀପ୍ତ କୁମାର ପଣ୍ଡା, ସନ୍ତୋଷ କୁମାର ରଥ, ବାଉରୀବନ୍ଧୁ ସାହୁ, ପ୍ରଫେସର ଯତୀନ ନାୟକ, କୈଳାଶ ଚନ୍ଦ୍ର ଟିକାୟତରାୟ, ବୈଷ୍ଣବ ମହାନ୍ତି, ସଂଗ୍ରାମ ଜେନା ଏବଂ ରୁଦ୍ରନାରାୟଣ ମହାପାତ୍ର ପ୍ରମୁଖ ବିଶେଷଜ୍ଞମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି ଶିବିରର ଉଦଯାପନୀ ଅଧିବେଶନରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ, ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ସଂଗ୍ରାମ ଜେନା ଓ ଫଣୀନ୍ଦ୍ର ଭୂଷଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.