Latest Odisha News

BREAKING NEWS

ଆସନ୍ତା ୨୫ରୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଝାରସୁଗୁଡା: ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ରର ଘୋଷଣା ପରେ ଝାରସୁଗୁଡା ଜିଲ୍ଲା ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରେ ଟିକେଟ ବୁକିଂ ଆରମ୍ଭ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ସ୍ପାଇସଜେଟ୍ ଏୟାରଲାଇନ୍ସ ଝାରସୁଗୁଡାରୁ ନୂଆଦିଲ୍ଲୀ, କୋଲକାତା ଏବଂ ହାଇଦ୍ରାବାଦ ଅଭିମୁଖେ ବିମାନ ଚଳାଚଳ ଆରମ୍ଭ କରିବାକୁ ଥିବାବେଳେ ଆଲିଆନ୍ସ ଏୟାର ପକ୍ଷରୁ ଆସନ୍ତା ୨୫ ତାରିଖରୁ ଭୁବନେଶ୍ୱର ଏବଂ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ କରିବ।

ଏନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଭିଏସଏସ ବିମାନବନ୍ଦରର ନିର୍ଦ୍ଦେଶକ, ଜିଲ୍ଲା ଏସପି, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଏବଂ ଅନ୍ୟାନ୍ୟ ବରିଷ୍ଠ ଜିଲ୍ଲା ଅଧିକାରୀଙ୍କ ଉପସ୍ଥିତିରେ ଝାରସୁଗଡା ଜିଲ୍ଲାପାଳଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଯାତ୍ରୀମାନଙ୍କ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (ଏସଓପି)କୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.