Latest Odisha News

BREAKING NEWS

ଅନଲାଇନରେ ଯୋଗ ଶିଖୁଛନ୍ତି ବରୁଣ ଧାୱନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଲକଡାଉନ ବେଳେ ସମୟ କାଟିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ନିଜକୁ ଫିଟ ରଖିବା ପାଇଁ ଜିମ୍‌ରେ ସମୟ କାଟୁଥିବା ବରୁଣ ଏବେ ଅନଲାଇନରେ ଯୋଗ ଶିଖୁଛନ୍ତି । ଲକଡାଉନରେ ଜିମ୍ ବନ୍ଦ ରହିଥିବା ବେଳେ ଯୋଗ ତାଙ୍କୁ ସୁସ୍ଥ ରଖିବାରେ ସହାୟ ହେଉଛି ବୋଲି ସେ କହିଛନ୍ତି ।

ସେ ସୋସିଆଲ ସାଇଟରେ ଏ ନେଇ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଏହି ଫଟୋ ଖୁବ୍ ଅଳ୍ପ ଦିନରେ ଭାଇରାଲ ମଧ୍ୟ ହୋଇସାରିଛି । ବରୁଣଙ୍କ କୁଲୀ ନଂ୧ ପ୍ରସ୍ତୁତ ହୋଇ ସାରିଥିଲେ ମଧ୍ୟ କରୋନା ଯୋଗୁ ରିଲିଜ ହୋଇପାରି ନାହିଁ । ଡେଭିଡ ଧାୱନ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାରା ଅଲୀ ଖାଁ ତାଙ୍କ ସହ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.