Latest Odisha News

BREAKING NEWS

ଝାରସୁଗୁଡା ବିମାନ ବନ୍ଦର ପ୍ରସଙ୍ଗ: ମାର୍ଚ୍ଚ ୩୧ରୁ ସ୍ପାଇସ୍ ଜେଟ୍ କରିବ ନିୟମିତ ଉଡାଣ

ଝାରସୁଗୁଡ଼ା : ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ା ନବନର୍ମିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ନିୟମିତ ଭାବେ ବିମାନ ଉଡ଼ାଣ କରିବ ।

ଗଣମାଧ୍ୟମକୁ ସୂଚନା ଦେଇ ଶନିବାର ଦିନ ଝାରସୁଗୁଡା ବିମାନବନ୍ଦରର ନିର୍ଦ୍ଦେଶକ ଏସକେ ଚୌହାନ କହିଛନ୍ତି ମାର୍ଚ୍ଚ ୩୧ ଠାରୁ ବିମାନ ବନ୍ଦରରୁ ସ୍ପାଇଶ୍ ଜେଟ୍ ଏୟାର ଲାଇନ ବିମାନ ଉଡାଣର ଶୁଭାରମ୍ଭ କରିବାକୁ ଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି “ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ ଭଳି ୩ଟି ସ୍ଥାନକୁ ସ୍ପାଇଶ୍ ଜେଟ୍ ବିମାନ ଉଡ଼ାଣ କରିବା ନେଇ ନିଷ୍ପତ୍ତି ହୋଇଛି” ।

ସ୍ପାଇସ୍ ଜେଟ୍ ଏୟାରଲାଇନ୍ ଅଧିକାରୀଙ୍କ ଏକ ଟିମ୍ ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନ କରିବା ପରେ ଏହି ନିର୍ଣ୍ଣୟ ନେଇଥିବା ନେଇ ଶ୍ରୀଯୁକ୍ତ ଚୌହାନ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୨ ତାରିଖରେ ଉଡାଣ ଯୋଜନାରେ ଝାରସୁଗୁଡା ବିମାନ ବନ୍ଦରକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହାର ପ୍ରାୟ ୧୫ ଦିନ ପରେ ଏୟାର ଓଡିଶା ଏୟାର ଲାଇନ୍ସ ତା’ର ପରିଚାଳନାଗତ ତ୍ରୁଟିକୁ ଭିତ୍ତି କରି ଝାରସୁଗୁଡା ବିମାନ ବନ୍ଦରରୁ ଉଡାଣ ସେବା ବନ୍ଦ କରିଦେଇଥିଲା ।

Leave A Reply

Your email address will not be published.