Latest Odisha News

ସ୍ପାଇଡ଼ର ଘଉଡ଼ାନ୍ତୁ, ଟଙ୍କା କମାନ୍ତୁ : ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଆଶ୍ଚର୍ଯ୍ୟଜନକ ଅଫର

ଅଧିକାଂଶ ଲୋକ ସ୍ପାଇଡରକୁ ଦେଖିଲେ ଭୟ କରନ୍ତି । ଏହାକୁ ଘରୁ ଘଉଡ଼ାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଜଣେ ମହିଳା ତାଙ୍କ ଘରୁ ସ୍ପାଇଡ଼ରକୁ ଘଉଡ଼ାଇବା ପାଇଁ ସୋସିଆଲ ମିଡ଼ିଆର ସହାୟତା ନେଇଛନ୍ତି । ଏଥିଲାଗି ସେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଛନ୍ତି । ତାହା ହେଲା ସ୍ପାଇଡ଼ର ଘରୁ ଘଉଡ଼ାନ୍ତୁ, ଟଙ୍କା କମାନ୍ତୁ । ଏହି ବିଜ୍ଞାପନକୁ ଦେଖି ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି ।

ଅଷ୍ଟ୍ରେଲିଆରେ ରହୁଥିବା ଜଣେ ବ୍ରିଟିଶ ମହିଳା ସ୍ପାଇଡ଼ରକୁ ବହୁତ ଭୟ କରନ୍ତି । ଦିନେ ତାଙ୍କ ଘର ଭିତରକୁ ଏକ ସ୍ପାଇଡ଼ର ପଶିଯାଇଥିଲା । ସେ ତାକୁ ଘରୁ ଘଉଡ଼ାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କଲେ । ହେଲେ କିଛ ସୁଫଳ ମିଳିଲା ନାହିଁ । ଶେଷରେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଲେ । ବିଜ୍ଞାପନରେ ଲେଖିଲେ ଘରୁ ସ୍ପାଇଡ଼ର ଘଉଡ଼ାନ୍ତୁ, ଟଙ୍କା କମାନ୍ତୁ । ହେଲେ ତାଙ୍କ ବିଜ୍ଞାପନକୁ କେହି ଗୁରୁତ୍ୱ ଦେଲେ ନାହିଁ । ବରଂ ଥଟ୍ଟା ଓ ପରିହାସ କଲେ । ଶେଷରେ ମହିଳା ଜଣକ ପୋଲିସର ଦ୍ୱାରସ୍ଥ ହେଲେ, ତଥାପି କିଛି ଲାଭ ହେଲାନି ।

Leave A Reply

Your email address will not be published.