Latest Odisha News

BREAKING NEWS

ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୩ ମହଲା ବିଶିଷ୍ଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ କରୁଥିବା ବେଳେ ୨ ଜଣ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି ।

ତେବେ ହୋଲି ପାଇଁ ବଡ଼ଦାଣ୍ଡରେ ଭିଡ଼ ଓ ମାର୍କେଟ କମ୍ପ୍ଲେକ୍ସରେ ୩୦ରୁ ଅଧିକ ଲୁଗା ଦୋକାନ ରହିଥିବା ଜଣାପଡ଼ିଛି । ସପିଂ ମଲର ଉପରେ ମହଲାରେ ଏକ ହୋଟେଲ ରହିଛି । ଯେଉଁଥିରେ ଏକାଧିକ ପର୍ଯ୍ୟଟକ ମଧ୍ୟ ରହିଛନ୍ତି । ନିଆଁ ଲିଭାଇବା ଓ ସ୍ଥିତି ନିୟନ୍ତ୍ରଣ ପାଇଁ ଦମକଳ ବାହିନୀ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.