Latest Odisha News

BREAKING NEWS

ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା, ଠାବ ହେଲା ସ୍ପାଇକ ହୋଲ

ମାଲକାନଗିରି: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା । ଠାବ ହେଲା ସ୍ପାଇକ ହୋଲ । ସର୍ଚ୍ଚ ଅପରେଶନ ବେଳେ ମାଓବାଦୀଙ୍କ ଷଡଯନ୍ତ୍ରକୁ ଠାବ କଲା ସୁରକ୍ଷାବାହିନୀ । ମାଲକାନଗିରି ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କଲେ ଯବାନ । ତେଲେଙ୍ଗାନା ଭଦ୍ରାଡି କଥାଗୁଡୁମ ଜିଲ୍ଲା ପୁସୁଗୁପା ଜଙ୍ଗଲରେ ଠାବ । ସର୍ଚ୍ଚ ଅପରେସନ ବେଳେ ୪, ୩୯୬ଟି ଲୁହାର ସ୍ପାଇକ ଜବତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଛତିଶଗଡ଼ ଏବଂ ତେଲେଙ୍ଗାନା ପୋଲିସର ସର୍ଚ୍ଚ ଅପରେସନ ବେଳେ ୪, ୩୯୬ଟି ଲୁହାର ସ୍ପାଇକ ଜବତ ହୋଇଥିବା ଠାବ କରିଛନ୍ତି ଯବାନ । ତେବେ ଯବାନ ଏବଂ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ କରି ଏହି ସ୍ପାଇକ ହୋଲ ଖଞ୍ଜାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ ଜାରି ।

Leave A Reply

Your email address will not be published.