Latest Odisha News

BREAKING NEWS

ରେସଲର ବିବାଦ: ଡବ୍ଲ୍ୟୁଏଫଆଇକୁ ଜବାବ ରଖିବା ପାଇଁ ୭୨ ଘଂଟାର ସମୟ ଦେଲେ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଓ ରେସଲରଙ୍କ ବିବାଦ ରାଜରାସ୍ତାକୁ ଆସିବା ପରେ କ୍ରୀଡା ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିଛି । ୭୨ ଘଂଟା ମଧ୍ୟରେ ରେସଲରମାନେ ଆଣିଥିବା ଅଭିଯୋଗର ଜବାବ ରଖିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଡବ୍ଲୁଏଫଆଇର ସଭାପତି ବ୍ରିଜ ଭୂଷଣ ସିଂଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ତାଙ୍କ ବିରୁଦ୍ଧରେ ଯୌନ ଶୋଷଣ ଏବଂ ବଜରଙ୍ଗ ପୁନିଆ ହତ୍ୟା ଧମକ ଅଭିଯୋଗ ଆଣିଛନ୍ତି । ବୁଧବାର ଦିଲ୍ଲୀର ଯନ୍ତରମନ୍ତରରେ ୩୧ ଊର୍ଦ୍ଧ୍ୱ ରେସଲର ସଭାପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସେମାନଙ୍କ ମଧ୍ୟରେ ରିଓ ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକଙ୍କ ସମେତ ଅନ୍ୟ ଷ୍ଟାର ରେସଲର ଯୋଗ ଦେଇଛନ୍ତି । ଏହି ଘଟଣା ଏବେ ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଅପରପକ୍ଷରେ ବ୍ରିଜ ଭୂଷଣ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.