Latest Odisha News

BREAKING NEWS

ଏମିତି ବି ମୃତ୍ୟୁ ଆସେ: ନିଜ ମୃତ୍ୟୁର ଭିଡିଓ ଶୁଟିଂ କରି ଆଖି ବୁଜିଥିଲେ ଯୁବକ

ୱାଶିଂଟନ: ମୃତ୍ୟୁ କେତେବେଳେ, କେମିତି ବି ଆସେ କେହି ଜାଣନ୍ତି ନାହିଁ । ହେଲେ ଜଣେ ଯୁବକ ନିଜ ମୃତ୍ୟୁର ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି । ସେ ପେସାରେ ଜଣେ ସ୍କାଏଡାଇଭର । ତାଙ୍କ ମୃତ୍ୟୁ ପ୍ଲେନ୍‌ରୁ ଡେଇଁବା ପରେ ହୋଇଛି । ତେବେ ସେ ସବୁଠୁ ଜରୁରୀ ଜିନିଷ ଭୁଲି ଯାଇଥିଲେ, ଯାହା ଥିଲା ପାରାଚୁଟ୍ ।

୩୫ ବର୍ଷୀୟ ଇଭାନ ମାକ୍‌ଗୁଇରି ପୂର୍ବରୁ ୮୦୦ ସଫଳ ସ୍କାଏଡାଇଭିଂ କରିଛନ୍ତି । ସେ ୧୦ ହଜାର ଫୁଟ୍ ଉଚ୍ଚରୁ ସ୍କାଏଡାଇଭିଂ କରିଥିଲେ, ଯାହା ତାଙ୍କ ଜୀବନର ଶେଷ ସ୍କାଏଡାଇଭିଂ ଥିଲା । ଏହା ୧୯୮୮ ଏପ୍ରିଲର ଘଟଣା । ସେ ୧୦ ହଜାର ଫୁଟ୍ ଉଚ୍ଚରୁ ସ୍କାଏଡାଇଭିଂ କରୁଥିବାବେଳେ ଏହାକୁ ରେକର୍ଡ କରିବାକୁ ବହୁତ ଉତ୍ସାହିତ ଥିଲେ । ସେ ଆମେରିକାର ଉତ୍ତର କରୋଲିନାର ଫ୍ରାଙ୍କଲିନ କାଉଣ୍ଟି ସ୍ପୋର୍ଟସ ପାରାଚୁଟ୍ ସେଣ୍ଟରରେ ଥିଲେ । ସେ ଯେତେବେଳେ ପ୍ଲେନ୍‌ରୁ ତାଙ୍କ ଉଡ଼ାଣ ନେଲେ, ସେତେବେଳେ ସେ ତାଙ୍କ ପାରାଚୁଟ୍‌କୁ ଭୁଲି ଯାଇଥିବା ଜାଣିପାରିଲେ । ସେତେବେଳେ ତାଙ୍କ କ୍ୟାମେରାରେ ସବୁକିଛି ରେକର୍ଡ ହେଉଥିଲା । ତାଙ୍କୁ ପ୍ରଥମେ ଲାଗିଲା କି ସେ ପାରାଚୁଟ୍ ସାଙ୍ଗରେ ନେଇକି ଆସିଛନ୍ତି । ହେଲେ ପାରାଚୁଟ୍ ନ ଆଣିବା ଜାଣି ସେ ପୂରା ଭୂଲିିଗଲେ ।

ଯେତେବେଳେ ସେ ତଳେ ପହଞ୍ଚେ, ସେତେବେଳେ ତାଙ୍କ ମୁହଁରୁ ‘ହେ ଭଗବାନ୍‌- ନାଇଁ’ ବୋଲି ବାହାରିଥିଲା । ପରେ ତାଙ୍କ ମୃତଦେହ ଏୟାରଫିଲ୍ମଠାରୁ ପ୍ରାୟ ବହୁତ ଦୂର ଏକ ଜଙ୍ଗରୁ ମିଳିଥିଲା । ଏହାପରେ ମାମଲାର ଯାଞ୍ଚ ଆରମ୍ଭ ହୋଇଥିଲା । ପାଇଲଟ୍ ମାର୍କ ଲୁମୈନଙ୍କୁ ପାରାଚୁଟ୍ ଯାଞ୍ଚ କରିବା ସମ୍ପର୍କରେ ପଚାରା ଯାଇଥିଲା । ତେବେ ନିୟମ ଅନୁସାରେ, ପାଇଲଟ୍ ପାରାଚୁଟ୍ ଯାଞ୍ଚ ନ କରିବା ଯାଏ ସ୍କାଏଡାଇଭର ପ୍ଲେନ୍‌ରୁ ଡେଇ ପାରିବନି । ଏ ସମ୍ପର୍କରେ କେହି ଜାଣିପାରି ନ ଥିବା ପାରାଚୁଟ୍ ସେଣ୍ଟର ମାଲିକଙ୍କ ସ୍ତ୍ରୀ ନ୍ୟାନ୍ସି କହିଥିଲେ । ପରେ ଏହି ମାମଲାକୁ ଏକ ଦୁର୍ଘଟଣା ବୋଲି ଧରାଗଲା ।

Comments are closed.