Latest Odisha News

BREAKING NEWS

ପ୍ରଥମେ ପୁରୁଷ ନା ମହିଳା?, ଦ୍ବନ୍ଦ୍ବ ଦୂର କଲେ ଅଖିଲେଶଙ୍କ ସାଂସଦ ପତ୍ନୀ…

ଲକ୍ଷ୍ନୌ: ଆଗ ମହିଳା ଆସିଥିଲେ, ନା ଆଗ ପୁରୁଷ? ଭଗବାନ କାହାକୁ ଆଗ ସୃଷ୍ଟି କରିଥିଲେ ? ଏହି ପ୍ରଶ୍ନର ଉତ୍ତର କାହିଁ କେତେ କାଳରୁ ଦ୍ବନ୍ଦ୍ବ ମଧ୍ୟରେ ରହିଥିବା ବେଳେ ଏବେ ଏହାର ଉତ୍ତର ରଖିଛନ୍ତି ସାଂସଦ । ପ୍ରଥମେ ପୃଥିବୀକୁ କିଏ ଆସିଲା ସେ ନେଇ ବିତର୍କ ଆରମ୍ଭ କରି ଏହାର ଉତ୍ତର ରଖିଥିଲେ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ମୈନପୁରୀ ସାଂସଦ ଡିମ୍ପଲ ଯାଦବ ।

ତେବେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମହିଳା ସଭା ଦ୍ୱାରା ଏକ ମହିଳା ସମାରୋହ ଆୟୋଜନ କରାଯାଇଥିବା ବେଳେ ଏଥିରେ ଏସପି ଜାତୀୟ ସଭାପତି ଅଖିଳେଶ ଯାଦବ ଏବଂ ତାଙ୍କ ପତ୍ନୀ ତଥା ମୈନପୁରୀ ସାଂସଦ ଡିମ୍ପଲ ଯାଦବ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ  ସାଂସଦ ଡିମ୍ପଲ କହିଥିଲେ, ଭଗବାନ ନିଶ୍ଚିତ ଭାବରେ ପୁରୁଷମାନଙ୍କୁ ସୃଷ୍ଟି କରିଥିବେ, କାରଣ ପ୍ରଥମ ପ୍ରୟାସରେ ଭୁଲ କରାଯାଇଥାଏ । ସମାଜରେ ଲିଙ୍ଗଗତ ପାର୍ଥକ୍ୟ ଏବେ ବି ଅଛି, ପୁରୁଷମାନଙ୍କ ସ୍ୱପ୍ନ ସମାଜରେ ଅଧିକ ମୂଲ୍ୟବାନ । ମହିଳାମାନଙ୍କ ପାଇଁ ମହିଳାମାନଙ୍କୁ ଆଗକୁ ଆସିବାକୁ ପଡିବ ବୋଲି ଦାବି କରିଥିଲେ ଡିମ୍ପଲ ।

ଯାହା ପରେ କାର୍ଯ୍ୟକ୍ରମକୁ ସମ୍ବୋଦିତ କରିବା ବେଳେ ଏହି ପ୍ରସଙ୍ଗରେ ଅଖିଳେଶ ଯାଦବ କହିଛନ୍ତି, ପ୍ରଥମେ ପୃଥିବୀକୁ କିଏ ଆସିଲା ସେ ନେଇ ଡିମ୍ପଲ ବିତର୍କ ଆରମ୍ଭ କରିଥିଲେ । ଏଠାରେ ଯେକୌଣସି ବିଷୟରେ ବିତର୍କ ଆରମ୍ଭ ହୋଇଯାଏ । ଯେଉଁମାନେ ଟିଭି ଦେଖନ୍ତି ସେମାନେ ନିଶ୍ଚିତ ଭାବରେ ୪୦୦-୫୦୦ ବର୍ଷ ପୂର୍ବେ ଇତିହାସର ଜଣେ ଅଟନ୍ତି । ପ୍ରାଚୀନ କାଳରୁ ଭାରତରେ ମହିଳାମାନଙ୍କୁ ସମ୍ମାନ ଦିଆଯାଉଥିଲା, ଭଗବାନ କୃଷ୍ଣ ପୃଥିବୀ ଛାଡିବା ପରେ ପୃଥିବୀକୁ କଳିଯୁଗ ଆସିଥିଲା । ଏକ ସମୟ ଥିଲା, ଯେତେବେଳେ ମହିଳାମାନଙ୍କର ଭୋଟ୍ ଦେବାର ଅଧିକାର ନଥିଲା, ମହିଳାମାନଙ୍କର ଶିକ୍ଷିତ ହେବାର ଅଧିକାର ମଧ୍ୟ ନଥିଲା । ସ୍ବାଧୀନତା ପରେ ପରିବର୍ତ୍ତନ ଆସିଛି, ଆମେ ସାବିତ୍ରୀ ବାଇ ଫୁଲେଙ୍କୁ ଭୁଲି ପାରିବୁ ନାହିଁ । ଏଠାରେ ମୁଁ ଦେଖୁଛି ଯେ ଜନସଂଖ୍ୟାର ଅଧା ଆଗକୁ ବଢୁଛି, ଆଉ ସମାଜବାଦୀ ପାର୍ଟି ଏହି ଅଧା ଜନସଂଖ୍ୟା ସହିତ ରହିଛି । ଏସପି ମୁଖ୍ୟ କହିଛନ୍ତି ଯେ ସମାଜବାଦୀ ସରକାରଙ୍କ ଦ୍ୱାରା ବଣ୍ଟାଯାଇଥିବା ଲାପଟପ ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ । ଯେତେବେଳେ ଆମେ ୧୦୯୦ ଆରମ୍ଭ କରିଥିଲୁ, ଲୋକମାନେ ଏହା ଏକ ହେଲ୍ପଲାଇନ କରିବାକୁ ଚାହିଁଥିଲେ, ହେଲେ ଆମେ ଏଥିରେ ମହିଳାଙ୍କୁ ପାଓ୍ବାରଫୁଲ କଲୁ ବୋଲି କହିଥିଲେ ଅଖିଳେଶ । ଏଥିସହିତ ତାଙ୍କ ସରକାର ଆସିଲେ ମହିଳାଙ୍କୁ ହିଁ ଅଗ୍ରାଧିକାର ଦିଆଯିବ, ମହିଳାଙ୍କୁ ଅଧିକ ସାହାର୍ଯ୍ୟ ମିଳିବ ବୋଲି ସେ କହିଥିଲେ ।

Comments are closed.