Latest Odisha News

BREAKING NEWS

ଭାରତକୁ ମିଳିଲା ତୃତୀୟ ଟିକା: ସ୍ପୁଟନିକ୍-Vର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଲା DCGI

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଖୁସି ଖବର । ମହାମାରୀ ସହ ଲଢ଼େଇରେ ଭାରତକୁ ମିଳିଲା ଆଉ ଗୋଟିଏ କରୋନା ଟିକା । ଋଷର ସ୍ପୁଟନିକ-V ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ୍ ମିଳିଛି । ଗତକାଲି ସବଜେକ୍ଟ ଏକ୍ସପର୍ଟ କମିଟି ପରେ ଆଜି ଅନୁମତି ପ୍ରଦାନ କରିଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଫଳରେ ଖୁବଶୀଘ୍ର ଭାରତରେ ସ୍ପୁଟନିକ୍-V ଟିକା ଲୋକଙ୍କ ପାଖରେ ପହଞ୍ଚିବ ।

ଭାରତରେ ସ୍ପୁଟନିକ୍-V ହାଇଦ୍ରାବାଦର ଡାକ୍ତର ରେଡ୍ଡୀସ୍ ଲ୍ୟାବ ସହ ମିଶି ପରୀକ୍ଷଣ କରିଥିଲା ।  ମୋଡର୍ଣ୍ଣା ଓ ଫାଇଜର ପରେ ସ୍ପଟନିକ୍-V ୯୧.୬ ପ୍ରତିଶତ ପ୍ରଭାବଶାଳୀ । ଭାରତରେ କ୍ଲିନିକାଲ ପରୀକ୍ଷଣ ହୋଇଛି । ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡାକ୍ତର ରେଡ୍ଡୀସ୍ ଲ୍ୟାବ ଫେବ୍ରୁଆରି ୧୯ରେ ଆବେଦନ କରିଥିଲା । ଏବେ ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ବ୍ୟବହାର କରାଯାଉଛି । ଭାରତ ୬୦ତମ ଦେଶ ଭାବରେ ଋଷ୍ ଟିକା ସ୍ପୁଟନିକ-Vର ବ୍ୟବହାର କରିବ ।

Leave A Reply

Your email address will not be published.