Latest Odisha News

BREAKING NEWS

କରୋନା ଭୂତାଣୁର ସମସ୍ତ ପ୍ରଜାତି ବିରୁଦ୍ଧରେ ସ୍ପୁଟ୍‌ନିକ୍‌ ଭି ଟିକା ପ୍ରଭାବଶାଳୀ

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଅନୁଯାୟୀ ରୁଷିଆର ସ୍ପୁଟ୍‌ନିକ୍‌ ଭି ଟିକା କରୋନାଭାଇରସ୍ ର ସମସ୍ତ ପ୍ରଜାତି ବିରୁଦ୍ଧରେ ଅଧିକ ନିରାପଦ ଓ ପ୍ରଭାବଶାଳୀ ବୋଲି ଜଣାପଡିଛି।

ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିର ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଏବଂ ରୁଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠି (RDIF) କରୋନାର ନୂତନ ପ୍ରଜାତି ବିରୁଦ୍ଧରେ ସ୍ପୁଟ୍‌ନିକ୍‌ ଭି ଟିକା ଦିଆଯାଇଥିବା ବ୍ୟକ୍ତିଙ୍କ ଠାରେ ସେରାର କାର୍ଯ୍ୟକଳାପକୁ ନିରପେକ୍ଷ କରିବା ଉପରେ ଏହା ଜଣାପଡ଼ିଥିଲା। ସ୍ପୁଟ୍‌ନିକ୍‌ ଭି ଟିକା କରୋନାର ସମସ୍ତ ପ୍ରଜାତି ବିରୁଦ୍ଧରେ ଭଲ ଫଲାଫଳା ଦେଖାଇଥିବା ଜଣାପଡ଼ିଛି।

ଡ. ରେଡ୍ଡୀ ଲାବୋରେଟୋରୀ ତଥ୍ୟ ଅନୁଯାୟୀ ଅଦ୍ୟାବଧି ଦେଶର ପ୍ରାୟ ୫୦ରୁ ଅଧିକ ସହରରେ ସ୍ପୁଟ୍‌ନିକ୍‌ ଭି ଟିକା ଉପଲବ୍ଧ।

Comments are closed.