Latest Odisha News

BREAKING NEWS

ଯାଜପୁରରେ ୩ ସାମ୍ବାଦିକଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ଜଗନ୍ନାଥ ମନ୍ଦିର ପରିସରରେ ଜିଲ୍ଲାର ଉଦୟମାନ ତିନିଜଣ ସାମ୍ବାଦିକଙ୍କ ଅକାଳ ବିୟୋଗରେ ପ୍ରେସ୍‌କ୍ଲବ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ପ୍ରେସ୍ କ୍ଲବର ସଭାପତି ରାଜୀବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୁର୍ବତନ ପୈାରପାଳ ଭବପ୍ରସାଦ ଦାସ, ଯଜ୍ଞପ୍ରଭାର ସମ୍ପାଦକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ବରିଷ୍ଠ ଆଇନଜୀବି ପ୍ରବୀର କୁମାର ରାୟ ପ୍ରମୁଖ ଯୋଗ ଦେଇ ଯାଜପୁର ଆଜି ତିନିଜଣ ସାମ୍ବାଦିକଙ୍କୁ ହରାଇଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ରାଉତରାୟ, ଅଞ୍ଜନ ରାୟ ଓ ଶାରଦା ପ୍ରସନ୍ନ ମହାନ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ତିନିମିନିଟ ନୀରବ ପ୍ରର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ବୁଦ୍ଧିଜିବିଙ୍କ ସମେତ ପ୍ରେସକ୍ଲବର ସମସ୍ତ ସଦସ୍ୟ ଯୋଗ ଦେଇ ସାମ୍ବାଦିକ ଭାଇମାନଙ୍କ ସ୍ମୃତି ଚାରଣ କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.