Latest Odisha News

BREAKING NEWS

କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗରେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା

ଭୁବନେଶ୍ୱର: ଭୁବନେଶ୍ୱର:ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା । କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ନାଁରେ ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଅରୂପ ପଟ୍ଟନାୟକ ଗଡମାଣିତ୍ରୀ ଗାଁକୁ ଯାଇଥିବା ବେଳେ ମାସ୍କ ପିନ୍ଧି ନ ଥିବା ଓ ସାମାଜିକ ଦୂରତା ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଆହତମାନଙ୍କୁ ଭେଟିବାକୁ ଯାଇଥିବା ବେଳେ ଏହି ନିୟମ ଉଲ୍ଲଘଂନ କରିଥିବା ନଜରକୁ ଆସିଥିଲା ।

Leave A Reply

Your email address will not be published.