Latest Odisha News

BREAKING NEWS

ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ସମ୍ଭାଳିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ପରିସ୍ଥିତି ଅସମ୍ଭାଳ । ବଡ଼ ବନ୍ୟା ସମ୍ଭାଳିବାକୁ ରାଜ୍ୟ ସରକାର ବିଭିନ୍ନ ଉପାୟ ଏବଂ ଶକ୍ତି ଲଗାଇବାରେ ଲାଗିଛନ୍ତି । ରବିବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସଆରସି ଦାୟିତ୍ୱ ମିଳିଛି ।

ସୁବର୍ଣ୍ଣରେଖାର ଭୟଙ୍କର ବନ୍ୟା ପରିସ୍ଥିତି ପରିଚାଳନା କରିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏହି ଦାୟିତ୍ୱ ମିଳିଛି ବୋଲି ରାଜ୍ୟ ଏସଆାରସି ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଏହା ସହିତ ଆସନ୍ତା କିଛି ଘଣ୍ଟା ମଧ୍ୟରେ ସୁବର୍ଣ୍ଣରେଖାର ଜଳ ସ୍ତର ବଢ଼ିବ ବୋଲି ଏସଆାରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକାଫ୍ଟର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁବର୍ଣ୍ଣରେଖାରେ ବନ୍ୟା ବଢ଼ିବା ଆଶଙ୍କା ଥିବାରୁ ଜିଲ୍ଲାବାସୀଙ୍କୁ ସଜାଗ ରହିବାକୁ ଏସଆରସି ସତର୍କ କରିଛନ୍ତି । ମନ୍ତ୍ରୀ ପ୍ରତାପ ଦେବ ବାଲେଶ୍ୱରରେ ରହି ବନ୍ୟା ସ୍ଥିତି ସମୀକ୍ଷା କରୁଛନ୍ତି ଏବଂ ଆବଶ୍ୟକୀୟ ପଦକ୍ଷେପ ନେଉଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.