ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଚାରିଆଡେ ତାଲାବନ୍ଦ ରହିଛି । ଏହି ସମୟରେ କେତେକ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଅନୁମତି ମିଳିଛି । ତେଣୁ ନିର୍ମାର କାର୍ଯ୍ୟ ସମୟରେ ସତର୍କତା ଅବଲମ୍ବନ ପାଇଁ ଗାଇଡଲାଇନ୍ ଜାରି ରହିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍ଆର୍ସି ପ୍ରଦୀନ ଜେନା ଚିଠି ଲେଖିଛନ୍ତି ।
ଏସ୍ଆର୍ସି ଚିଠିରେ ଲେଖିଛନ୍ତି ଯେ, ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ ଠିକାଦାର । କାର୍ୟ୍ୟ ଚାଲିଥିବା ବେଳେ ସାମାଜିକ ଦୂରତର ରକ୍ଷା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ । ଗାଡି କ୍ଷମତାଠାରୁ ୩୦ରୁ ୪୦ ପ୍ରତିଶତ କ୍ଷମତାର ପରିବହନ ଅନୁମତି ଦେଇଛନ୍ତି । କାର୍ୟ୍ୟସ୍ଥଳରେ ବାଲଟି, ମଗ୍, ସାବୁନ୍, ଓ ଟାୱେଲ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୬୦ ବର୍ଷରୁ ଅଧିକ ବର୍ଷର ଶ୍ରମିକଙ୍କୁ କାମରେ ଲଗାଇବା ମନା ହୋଇଛି । ଖରା ପାଇଁ ଶ୍ରମିକଙ୍କ ଲାଗି ପାନୀୟ ଜଳ ଓ ଗ୍ଲୁକୋଜ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ୟ୍ୟସ୍ଥଳରେ ଗୁଟଖା, ପାନ ଛେପ, ତମାଖୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ।
ଏଥିସହ ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ କୌଣସି କାମ କରାଯିବ ନାହିଁ ବୋଲି ଏହି ନିର୍ଦ୍ଦେଶାନାମାରେ କୁହାଯାଇଛି । ଶ୍ରମିକ ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ପର୍ୟ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ନିର୍ମାଣ ସ୍ଥାନରେ ସମସ୍ତଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ବିଶେଷ ଦୃଷ୍ଟି ରଖିବାକୁ ବୋଲି ରାଜ୍ୟର ସମସ୍ତ ଜିଲ୍ଳାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.