ଭୁବନେଶ୍ବର : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ସମୀକ୍ଷା କରିଛନ୍ତି ଏସଆରସି । ଏନେଇ ପୋଲିସ, ଅଗ୍ନିଶମ, ଓଡ୍ରାଫ୍, ଏନଡିଆରଏଫ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଏହାସହ ଜିଲ୍ଲାପାଳ ଓ ଏସପିଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏସଆରସି । ବାତ୍ୟା ପାଇଁ ଜିଲ୍ଲାପାଳମାନଙ୍କୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଏଯାଏଁ ବାତ୍ୟା ସ୍ପଷ୍ଟ ହୋଇନି । ଏପରିକି ବାତ୍ୟାର ସ୍ଥିତି, ରୂପରେଖ ଅନୁମାନ ମଧ୍ୟ କରାଯାଇନାହିଁ । ଆସନ୍ତା ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ସଂପୂର୍ଣ୍ଣ ରୂପରେଖ ଜଣାପଡ଼ିବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ପଦକ୍ଷେପ ସ୍ବରୂପ ଜିଲ୍ଲାପାଳ, ଏସପିଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
BREAKING NEWS
- ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା: ୫ ଜଣଙ୍କର ମୃତ୍ୟୁ, ୪୦ ଆହତ
- ନୂଆ ପ୍ରଧାନମନ୍ତ୍ରୀ ଶପଥ ନେବାର ଦିନକ ପରେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଗିରଫ
- Clashes Erupt During Ram Navami:ମୁର୍ଶିଦାବାଦରେ ରାମନବମୀ ଶୋଭାଯାତ୍ରା ସମୟରେ ୩ସ୍ଥାନରେ ହିଂସାକାଣ୍ଡ, ୧୪୪ ଧାରା ଲାଗୁ
- ପଶ୍ଚିମ ଏସିଆ ବିବାଦ ଉପରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ, କହିଲେ…
- Balugaon Dhaba: ଢାବାରେ ଭିନ୍ନକ୍ଷମ କର୍ମଚାରୀଙ୍କ ମର୍ଡର ଘଟଣା;ଦୁଇ ହତ୍ୟାକାରୀ ଗିରଫ
- ୬ ଏକରରେ ହେଇଥିବା ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ; ୧୦ ଗିରଫ
- Augment Defence Capabilities:ବଡ଼ ଯୁଦ୍ଧ ପାଇଁ ବଡ଼ ପ୍ରସ୍ତୁତି; ଭାରତ କିଣିବ ୨.୩୮ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର
- ଆଇସିଏମ୍ଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଇନ୍କମ୍ ଟାକ୍ସ-୨୦୨୫ ସମ୍ପର୍କୀତ ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
- ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬”ଆରମ୍ଭ
- Massive Avalanche: ଶ୍ରୀନଗର-ଲେହ ରାଜପଥରେ ହିମସ୍ଖଳନ; ୬ମୃତ, ଅନେକ ଆହତ
Comments are closed.