Latest Odisha News

BREAKING NEWS

କରୋନା ମହାମାରୀ ଯୋଗୁ ବାତିଲ ହେଲା ଏସିଆ କପ କ୍ରିକେଟ

କଲମ୍ବୋ:କ୍ରିକେଟ ପ୍ରେମୀମାନଙ୍କ ପାଇଁ ନୈରାଶ୍ୟଜନକ ଖବର । ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ କ୍ରିକେଟକୁ ବୁଧବାର ବାତିଲ କରି ଦିଆଯାଇଛି । ଭାରତ ଏବଂ ଶ୍ରୀଲଙ୍କାରେ କରୋନା ମହାମାରୀ ତାର ତାଣ୍ଡବ ଜାରୀ ରଖିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ଏହି ଟୁର୍ଣ୍ଣାମେଂଟ ୨୦୨୦ରେ ପାକିସ୍ତାନରେ ହେବାକୁ ଥିଲା । ସେ ସମୟରେ କରୋନା ମହାମାରୀ ଯୋଗୁ ଏହାକୁ ୨୦୨୧କୁ ଘୁଂଚାଇ ଦିଆ ଯାଇଥିଲା ।

ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଆୟୋଜକ ହେବା ନେଇ ବୁଝାମଣା ହୋଇଥିଲା । ୨୦୨୧ରେ ଶ୍ରୀଲଙ୍କା ଏବଂ ୨୦୨୨ରେ ପାକିସ୍ତାନରେ ଏହା ଆୟୋଜିତ ହୋଇଥାନ୍ତା । ଶ୍ରୀଲଙ୍କା ଏହାକୁ ଆୟୋଜନ କରିବା ନେଇ ବ୍ୟାପକ ପ୍ରସ୍ତୁତି କରିଥିଲା ।

Leave A Reply

Your email address will not be published.