ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମର ଗୋଲକିପର ପିଆର ଶ୍ରୀଜେଶଙ୍କୁ ମିଳିଛି ଦି ୱାର୍ଲ୍ଡ ଗେମ୍ସ ଆଥଲେଟ ଅଫ ଦି ଇୟର ୨୦୨୧ ପୁରସ୍କାର । ଭାରତର ଦ୍ୱିତୀୟ ହକି ଖେଳାଳି ଭାବେ ସେ ଏହି ସମ୍ମାନ ପାଇଛନ୍ତି । ତାଙ୍କ ପୂର୍ବରୁ ମହିଳା ଖେଳାଳି ରାନୀ ରାମପଲ ୨୦୧୯ରେ ଏହି ପୁରସ୍କାର ପାଇଥିଲେ । ବିଶ୍ୱର ୨୪ ଖେଳାଳିଙ୍କୁ ପଛରେ ପକାଇ ଶ୍ରୀଜେଶ ଏହି ପୁରସ୍କାର ହାସଲ କରିଛନ୍ତି ।
ସେ ୧୨୭,୬୪୭ ଭୋଟ ପାଇଥିବା ବେଳେ ସ୍ପେନର ସ୍ପୋର୍ଟ କ୍ଲାଇମ୍ବିଂ ଖେଳାଳି ଆଲବର୍ଟ ଗିନେସ ଲୋପେଜ ୬୭,୪୨୮ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଦି ୱାର୍ଲ୍ଡ ଗେମ୍ସ ଡଟ ଓଆରଜି ଦ୍ୱାରା ଆୟୋଜିତ ଏହି ଅନଲାଇନ ଭୋଟିଂ ପ୍ରକ୍ରିୟା ୧୦ ଜାନୁୟାରୀରୁ ୩୧ ପର୍ଯ୍ୟନ୍ତ ଅନୁÂିତ ହୋଇଥିଲା ।
Comments are closed.