Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ଶ୍ରୀଜିତା ଦେ

ମୁମ୍ବାଇ:ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଜିତା ଦେ । ସେ ତାଙ୍କ ବିଦେଶୀ ପ୍ରେମିକ ମାଇକେଲ୍ ହେମ୍ବ୍ରମ୍‌ଙ୍କୁ ବିବାହ କରିଛନ୍ତି । ୟୁରୋପରେ ଏକ ଚର୍ଚ୍ଚରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଛନ୍ତି । ବିବାହ ସମୟର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହାକୁ ଦେଖିବା ପରେ ଶ୍ରୀଜିତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମାଇକେଲ୍ ହେମ୍ବ୍ରମ୍ ଜର୍ମାନୀର ମୂଳ ବାସିନ୍ଦା । ମାଇକେଲ ଓ ଶ୍ରୀଜିତା ଦୀର୍ଘ ଦିନ ହେବ ଡେଟ୍ କରୁଥିବା ବେଳେ ଶେଷରେ ବିବାହ କରିଛନ୍ତି । ବିବାହ ସମୟରେ ଶ୍ରୀଜିତା ଧଳା ରଙ୍ଗର ଗାଉନ୍ ପିନ୍ଧିଥିବା ବେଳେ ମାଇକେଲ ଧଳା ଓ କଳା ରଙ୍ଗର ସୁଟ୍ ପିନ୍ଧିଛନ୍ତି , ଯେଉଁଥିରେ ଉଭୟେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଶ୍ରୀଜିତା ହିରା ହାର ସହ ମ୍ୟାଚ କରି କାନଫୁଲ ପିନ୍ଧିଥିଲେ ।

Comments are closed.