ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଲେ ଶ୍ରୀମୟୀ ମିଶ୍ର। ସୋସିଆଲ୍ ମିଡ଼ିଆ ପୋଷ୍ଟରେ ଲେଖିଲେ ଗଣତନ୍ତ୍ରର ଅପମାନ। । ଫେସ୍ବୁକ୍ରେ ପୋଷ୍ଟ କରି କହିଲେ,”ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ । ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ୍ । ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ ଏହାର ଅର୍ଥ ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା । ଏହା ଗଣତନ୍ତ୍ରର ଅପମାନ।”
ସୂଚନା ଅନୁସାରେ ଗତ କିଛି ଦିନ ହେଲା ବିଜେଡିକୁ ନେଇ ତେରଛା ବାଣ ମାରି ଆସୁଥିଲେ ଶ୍ରୀମୟୀ । ଏହାପରେ ଗତ ସେପ୍ଟେମ୍ବର ୨୩ ତାରିଖରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଆଜି ପୁଣି ଥରେ ନାଁ ନନେଇ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ସେପଟେ ଶ୍ରୀମୟୀ ମିଶ୍ରଙ୍କ ନିଲମ୍ବନ ପ୍ରସଙ୍ଗରେ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଯକହିଛନ୍ତି, “ନିର୍ବାଚନ ବିଷୟରେ ନିୟମ କଣ ଆମେ ତାଙ୍କଠୁ ଶିଖିବୁ? ଏମିତି କେତେ ଆସିବେ କେତେ ଯିବେ । ଯିଏ ବିଶୃଙ୍ଖଳା କରିବ ସେ ବିଦା ହେବ। ସିଏ ମାଡାମ କଣ କି ? ସେଭଳି ଲୋକ କେତେ ଅଛନ୍ତି ଆମ ଦଳରେ। ଜଣକ ପାଇଁ ଏତେ ଚର୍ଚ୍ଚା କାହିଁକି? ତାଙ୍କୁ କେହି ବ୍ୟବହାର କରିନାହାନ୍ତି, ସିଏ ଦଳକୁ ବ୍ୟବହାର କରିଛନ୍ତି।
ସେ କହୁଛନ୍ତି ଦଳରେ ନାହାଁନ୍ତି ତାହେଲେ ଦଳରେ କ୍ଷମତା କେମିତି ଉପଭୋଗ କରୁଥିଲେ । ଦଳ କ୍ଷମତାରୁ ଗଲା ପରେ ତାଙ୍କୁ ଆହୁରି କ୍ଷମତା ଦରକାର ଥିଲା । ନବୀନ ବାବୁ ଆଗରୁ ତାଙ୍କ ପାଇଁ ଭଲ ଥିଲେ ଏବେ କଣ ହେଲା ଖରାପ ହେଇଗଲେ ? ଶ୍ରୀମୟୀଙ୍କ ପ୍ରତି କୌଣସି ଅନ୍ୟାୟ ହୋଇନି। ଏଭଳି ପ୍ରତିଉତ୍ତର ଦେଇ ଶ୍ରୀମୟୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରମିଳା ମଲ୍ଲିକ।
Comments are closed.