Latest Odisha News

BREAKING NEWS

କ୍ରିକେଟ ମଇଦାନକୁ ଓହ୍ଲାଇବେ ଶ୍ରୀସନ୍ଥ, ଟି-୨୦ ଲିଗରେ ଆସିବେ ନଜର

ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ । କ୍ରିକେଟ ମଇଦାନକୁ ଓହ୍ଲାଇବେ ଏସ୍ ଶ୍ରୀସନ୍ଥ  ପାଖାପାଖି ୭ ବର୍ଷ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି । କେରଳ ଟି-୨୦ ଲିଗରେ ଭାଗ ନେବେ ଶ୍ରୀସନ୍ଥ । ଏହି ଟି-୨୦ ଲିଗ୍ ଭାରତରେ ଘରୋଇ ସିଜିନ୍ ଆରମ୍ଭ ହେବା ପୂର୍ବରୁ ହେବ । ଟୁର୍ଣ୍ଣାମେଣ୍ଟ ବାୟୋ ସିକ୍ବୋର ବବଲରେ କରାଯିବ । ସମସ୍ତ ଖେଳାଳି ଓ ଷ୍ଟାଫ ଆଲପୁଝାର ହୋଟେଲରେ ପ୍ରସ୍ତୁତ ବାୟୋ ବବଲରେ ରହିବେ । ଶ୍ରୀସନ୍ଥଙ୍କ ବ୍ୟାନ୍ ଚଳିତ ବର୍ଷ ସେପ୍ଟେମ୍ବରରେ ଶେଷ ହୋଇଛି । ଏହା ପରେ ସେ ରାଜ୍ୟ ଓ ଦେଶ ପାଇଁ ପୁଣି ଥରେ ଖେଳି ପାରିବେ।

ଷ୍ଟାର ସ୍ପୋର୍ଟସ୍ ରିପୋର୍ଟ ଅନୁସାରେ ଶ୍ରୀସନ୍ଥଙ୍କୁ ପ୍ରେସିଡେଣ୍ଟ ଟି-୨୦ ଲିଗାରେ ଦେଖିବାକୁ ମିଳିବ । କେରଳ କ୍ରିକେଟ ଆସୋସିଏନର ସଭାପତି ମଧ୍ୟ ଏହା ଉପରେ ମୋହର ମାରିଛନ୍ତି । ଶ୍ରୀସନ୍ଥ ଏହି ଲିଗର ଆକର୍ଷଣ ପାଲଟିବେ ବୋଲି କହିଛନ୍ତି । ଡିସେମ୍ବର ପ୍ରଥମ ସପ୍ତାହରେ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ଅନୁମତି ଦେବେ ବୋଲି ସେ ବିଶ୍ବାସ ରଖିଛନ୍ତି ।

କେରଳର ଦ୍ରୁତ ବୋଲର ଶ୍ରୀସନ୍ଥ ୨୦୧୩ ଆଇପିଏଲରେ ମ୍ୟାଚ୍ ପିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହା ପରେ ବିସିସିଆଇ ତାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇବା ସହ ତାଙ୍କୁ ଜେଲ ମଧ୍ୟ ହୋଇଥିଲା । ଏବେ ଶ୍ରୀସନ୍ଥଙ୍କୁ କ୍ଲିନଚିଟ୍ ମିଳିବା ସହ ଆଜୀବନ ପ୍ରତିବନ୍ଧକ ମଧ୍ୟ ହଟିଛି । ସେପ୍ଟେମ୍ବର ମାସରୁ ରାଜ୍ୟ ତଥା ଦେଶ ପାଇଁ କ୍ରିକେଟ ଖେଳିବାକୁ ସେ ଯୋଗ୍ୟ ହୋଇ ସାରିଛନ୍ତି ।

Leave A Reply

Your email address will not be published.