Latest Odisha News

BREAKING NEWS

[ଭିଡିଓ] ମହିଳାଙ୍କୁ ଅସଦାଚରଣ, ରାସ୍ତାରେ ଉଠ୍‌ବସ୍ ହେଲେ ୨ ଯୁବକ !

ଦେୱାସ୍‌: ମହିଳାଙ୍କୁ କମେଣ୍ଟ ମାରିବା ଦୁଇ ଯୁବକଙ୍କୁ ମହଙ୍ଗା ପଡିଛି । ଶାସ୍ତି ସ୍ୱରୂପ ରାସ୍ତାରେ ତାଙ୍କୁ ଉଠ୍‌ବସ୍ କରାଇଥିଲା ସ୍ଥାନୀୟ ପୋଲିସ । ମଧ୍ୟପ୍ରଦେଶ ଦେୱାସ୍ ଅଂଚଳରେ ଏହି ଘଟଣାକୁ ନେଇ ପୋଲିସକୁ ଛୁଟିଛି ପ୍ରଶଂସାର ସୁଅ । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି ।

ଶନିବାର ମହିଳାଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଦେୱାସ୍ ପୋଲିସ ଦୁଇ ଯୁବକଙ୍କୁ ଧରିବାରେ ସଫଳ ହୋଇଥିଲା । ତେବେ ଗିରଫ କରି ଥାନାକୁ ନେବା ରାସ୍ତାରେ ବେଶ ଅଭିନବ ଉପାୟରେ ତାଙ୍କୁ ଦଣ୍ଡ ଦିଆଯାଇଥିଲା । ଖୋଲା ରାସ୍ତାରେ ପୋଲିସ ତାଙ୍କୁ ଚଲାଇଚଲାଇ ନେବା ସହ କାନ ଧରାଇ ଉଠ୍‌ବସ୍ ବି କରିଥିଲା ।

ପୋଲିସ ରିପୋର୍ଟ ଅନୁଯାୟୀ ମହିଳାଙ୍କୁ କମେଣ୍ଟ ମାରିଥିବା ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏକାଧିକ ଥାନାରେ ମହିଳାଙ୍କୁ ଅସଦାଚରଣ କରିବା ଓ ଚୋରି ମାମଲାରେ ରହିଛି । ପୁରୁଣା ଓ ସଦ୍ୟ ମାମଲାକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲାବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ।

Leave A Reply

Your email address will not be published.