Latest Odisha News

BREAKING NEWS

ଲାଞ୍ଚ ନେଇ ଫସିଗଲେ ଆକାଉଣ୍ଟାଣ୍ଟ ବାବୁ, ମାଡ଼ିବସିଲା ଭିଜିଲାନ୍ସ

ପୁରୀ: ଲାଞ୍ଚ ନେଇ ଫସିଗଲେ ଆକାଉଣ୍ଟାଣ୍ଟ ବାବୁ । ମାଡ଼ିବସିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ପୁରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ଆକାଉଣ୍ଟାଣ୍ଟ ଶ୍ରୀ ବିକାଶ କୁମାର ସେନାପତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫୦୦୦ ହଜାର ଟଙ୍କ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ୨୦୨୨ ମେ ମାସରେ ଅବସର ନେଇଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ ତାଙ୍କ ଗ୍ରାଚ୍ୟୁଇଟି ଟଙ୍କା ପାଇବା ପାଇଁ ଏନଓସି ଲାଗୁ କରିବାକୁ ପୁରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ଆକାଉଣ୍ଟାଣ୍ଟ ଶ୍ରୀ ବିକାଶ କୁମାର ସେନାପତିଙ୍କୁ ଅନୁରୋଧ କରଥିଲେ । ମାତ୍ର ଶ୍ରୀ ସେନାପତି ତାଙ୍କୁ ଏଥିପାଇଁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ।

କୌଣସି ଉପାୟ ନପାଇ ଶେଷରେ ସେହି ଅବସର ପ୍ରାପ୍ତ ଶିକ୍ଷକ ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ଆଜି ପୂର୍ବ ଯୋଜନା ଅନୁସାରେ ସେହି ଶିକ୍ଷକ ଜଣଙ୍କ ଶ୍ରୀ ସେନାପତିଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ । ଲାଞ୍ଚ ନେଉଥିବା ଅଭିଯୋଗରେ ଶ୍ରୀ ସେନାପତିଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚାଢାଉ ଜାରି ରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.