Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବାଦ ପଡିଲେ ୨ ବିଶ୍ୱବିଜେତା ଟିମ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି । ପାକିସ୍ତାନ ଏହାର ଆୟୋଜକ ରହିଛି । ଚାମ୍ପିୟନ୍ସ ଟ୍ରଫିରେ ଓଭରାଲ ୮ଟି ଟିମ ଅଂଶଗ୍ରହଣ କରିବେ । ଏଥର ୨ ବିଶ୍ୱବିଜେତା ଟିମ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ୬ଟି ବିଶ୍ୱକପ ଟ୍ରଫି ଜିତିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ନ କରିପାରିବା ପ୍ରଶଂସକଙ୍କୁ ନିରାଶ କରିଛି । ଏଥିପାଇଁ ଦିନିକିଆ ବିଶ୍ୱକପ ୨୦୨୩ ସମୟରେ ବିଶ୍ୱ ର‌୍ୟାଙ୍କିଙ୍ଗର ପ୍ରଥମ ୮ଟି ସ୍ଥାନରେ ରହିଥିବା ଟିମ ଯୋଗ୍ୟତା ହାସଲ କରିବ । ଶ୍ରୀଲଙ୍କା ୯ମ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲା ।

ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ । ଅପରପକ୍ଷରେ ୱେଷ୍ଟଇଣ୍ଡିଜ ୨୦୧୭ରେ ମଧ୍ୟ କ୍ୱାଲିଫାଇ କରିପାରି ନ ଥିଲା । ବାଂଲାଦେଶ ଏହି ସଂସ୍କରଣରେ ଯୋଗ୍ୟତା ହାସଲ କରିବା ସହ ସେମିରେ ପ୍ରବେଶ କରିପାରିଥିଲା । ଏଥର ମଧ୍ୟ ବାଂଲାଦେଶ ଟିମ କ୍ୱାଲିଫାଇ କରିଛି । ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଏହି ଆଇସିସି ଇଭେଂଟ ଖେଳିବାକୁ ଯାଉଛି । ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନ ଷଷ୍ଠ ସ୍ଥାନରେ ରହିଥିଲା ।

Comments are closed.