Latest Odisha News

ଟି୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଏସିଆ କପ ଚାମ୍ପିୟନ ଟିମ

କଲମ୍ବୋ: ଏସିଆ କପ ଚାମ୍ପିୟନ ଶ୍ରୀଲଙ୍କା ଟିମ ଆଜି ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଦଳ ଘୋଷଣା କରିଛି । ଦାସୁନ ଶାନକାଙ୍କ ନେତୃତ୍ୱରେ ଘୋଷିତ ଦଳରୁ ଦୀନେଶ ଚାନ୍ଦିମାଲାଙ୍କୁ ବାଦି ଦିଆଯାଇ ଷ୍ଟାଣ୍ଡବାଇରେ ରଖାଯାଇଛି । ପେସ ବୋଲର ଦୁଷ୍ମଥ ଚମିରା ଦଳକୁ ଫେରିଛନ୍ତି । ପାକିସ୍ତାନ ହରାଇ ଶ୍ରୀଲଙ୍କା ଏସିଆ କପ ଚାମ୍ପିୟନ ହୋଇଥିବାରୁ ଦଳର ମନୋବଳ ଉଚ୍ଚରେ ରହିଛି । ବିଶ୍ୱକପରେ ବି ଦଳ ସମସ୍ତଙ୍କୁ ଚକିତ କରିଦେବ ବୋଲି ଚୟନ କମିଟି ଓ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

ଘୋଷିତ ଦଳ: ଦାସୁନ ଶାନକା (ଅଧିନାୟକ), ଭାନୁକ ରାଜପାକ୍ଷେ, ଚମିକା କରୁଣାରତ୍ନେ, ଦାନୁଷ୍କ ଗୁଣତିଳକା, ଧନଞ୍ଜୟ ଡିସିଲଭା, ଦୁଷ୍ମନ୍ତ ଚମୀରା, ପାଥୁମ ନିଶାଙ୍କ, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାର, କୁଶଳ ମେଣ୍ଡିସ, ମହେଶ ତିଷ୍ମଣା, ଦିଲଶାନ ମଦୁଶଙ୍କା, ଚରିଥ ଅସଲଙ୍କ, ଜେଫ୍ରେ ୱେଣ୍ଡର୍ସ, ପ୍ରମୋଦ ମୁଦୁଶାନ । ଷ୍ଟାଣ୍ଡବାଇ: ଦୀନେଶ ଚାନ୍ଦିମାଲ, ଅଶେନ ବନ୍ଦୋରା, ନୁୱାନିଡୁ ଫର୍ଣ୍ଡାଣ୍ଡୋ, ପ୍ରବୀଣ ଜୟୱିକ୍ରାନ୍ତ ଓ ବିନୁରା ଫର୍ଣ୍ଣାଣ୍ଡୋ ।

Comments are closed.