Latest Odisha News

ଶ୍ରୀଲଙ୍କା ବଦଳରେ ଦମନରେ ଶୁଟିଂ ହେବ ରାମସେତୁ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ରାମସେତୁ ଫିଲ୍ମର ଅଧିକାଂଶ ଦୃଶ୍ୟ ଶ୍ରୀଲଙ୍କାରେ ଶୁଟିଂ ହେବାକୁ ଥିଲା । ମାତ୍ର ସେଠାରେ କଡା କରୋନା ପ୍ରୋଟୋକଲ ଯୋଗୁ ରାମସେତୁ ଟିମ ଏହାର ଶୁଟିଂ ଦମନରେ କରିବା ପାଇଁ ଚୂଡାନ୍ତ କରିଛନ୍ତି । ରାମାୟଣରେ ମହାପ୍ରଭୁ ଶ୍ରୀରାମ ଦେବୀ ସୀତାଙ୍କ ରାବଣ କବଳରୁ ଉଦ୍ଧାର କରିବା ପାଇଁ ଏହି ସେତୁ ନିର୍ମାଣ କରିଥିଲେ । ଏହା ସହିତ ଅନେକ ପୌରାଣିକ ଗାଥା ଜଡିତ । ସେହିପରି ଐତିହାସିକ ଓ ବୈଜ୍ଞାନିକମାନେମଧ୍ୟ ଭାରତ-ଶ୍ରୀଲଙ୍କାକୁ ଯୋଡୁଥିବା ଏହି ସେତୁର ରହସ୍ୟ ପାଇଁ ବିଭିନ୍ନ ତଥ୍ୟ ରଖିଛନ୍ତି ।

ଫିଲ୍ମରେ ଅକ୍ଷୟ କୁମାର ଜଣେ ଆର୍କିଓଲୋଜିଷ୍ଟ ଭୂମିକାରେ ଅବତୀର୍ଣ୍ଣ ହେବେ । ଫିଲ୍ମରେ ଅନେକ ଅଣ୍ଡର ୱାଟର ଶୁଟିଂ ମଧ୍ୟ ରହିଛି । ତେରେ ବିନ ଲାଦେନ ଓ ପରମାଣୁ ପରି ଫିଲ୍ମ ନିର୍ମାଣ କରିଥିବା ଅଭିଷେକ ଶର୍ମା ଏହାର ନିର୍ଦ୍ଦେଶନା ଦେଉଛନ୍ତି ।

Leave A Reply

Your email address will not be published.