Latest Odisha News

BREAKING NEWS

ଭୋପାଳରେ ଦେଶର ପ୍ରଥମ ମର୍ଡନ ଷ୍ଟେସନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅତ୍ୟାଧୁନିକ ରେଲୱେ ଷ୍ଟେସନର ଉଦଘାଟନ କରିଛନ୍ତି। ମଧ୍ୟପ୍ରଦେଶ ଭୋପାଳରେ ଥିବା ହିବିବଗଞ୍ଜ ରେଳ ଷ୍ଟେସନକୁ ନବୀକରଣ କରି ଏୟାରପୋର୍ଟ ଭଳି ପ୍ରସ୍ତୁତ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଭୋପାଳ ଗସ୍ତ କରି ଏହି ଅତ୍ୟାଧୁନିକ ରେଳ ଷ୍ଟେସନ ଉଦଘାଟନ କରିଥିଲେ ।ଏହି ଷ୍ଟେସନର ନାଁ କୁ ହବିବଗଞ୍ଜ ବଦଳରେ ରାଣୀ କମଲାପତି ରେଳ ଷ୍ଟେସନ ରଖାଯାଇଛି । ଏହ ଷ୍ଟେସନ ନାଁ କୁ ଭୋପାଳର ରାଣୀଙ୍କ ନାଁ ଅନୁସାରେ ନାମକରଣ କରାଯାଇଛି। ମଧ୍ୟ ପ୍ରଦେଶ ସରକାର ଏହି ଷ୍ଟେସନକୁ ନାମିତ କରିଛନ୍ତି।

ଏୟାରପୋର୍ଟ ଭଳି ଏହି ଷ୍ଟେସନରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଏହି ରେଳ ଷ୍ଟେସନରେ ମର୍ଡନ ଟଇଲେଟ, କ୍ୱାଲିଟି ଫୁଡ୍ ଫ୍ୟାସଲିଟି,ହୋଟେଲ ,ହସ୍ପିଟାଲ ,ସ୍ମାର୍ଟ ପାର୍କିଂ , ସମସ୍ତ ପ୍ଲାଟ ଫର୍ମ ସହ କେନ୍ଦ୍ରୀୟ ସଂଯୋଗ ସୁବିଧା ଉପଲବ୍ଧ ରହିଛି।ଏହି ଅବସରରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ।ରାଣୀ କମଲାପତି ରେଳ ଷ୍ଟେସନ ଫାଷ୍ଟ ୱାଲଡ କ୍ଲାସ ରେଲୱେ ଷ୍ଟେସନ । ଏହି ଷ୍ଟେସନ କୁ ପବ୍ଲିକ ପ୍ରାଇଭେଟ ପାର୍ଟନର ସିପରେ ଉନ୍ନତିକରଣ କରାଯାଇଥିଲା ।

Leave A Reply

Your email address will not be published.