କଲୋମ୍ବୋ: ଶନିବାର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାନିଲ ୱିକ୍ରେମେସିଂହେ (Ranil Wickremesinghe) । ପୂର୍ବରୁ ସେ ଇସ୍ତଫା ଦେବେ ବୋଲି କହିଥିଲେ। ଦେଶରେ ସର୍ବଦଳୀୟ ସରକାର ପାଇଁ ରାସ୍ତା ପ୍ରସ୍ତୁତ କରି ଇସ୍ତଫା ଦେବେ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ମିଡିଆ ସେଲ୍ କହିଥିଲା ଯେ ସର୍ବଦଳୀୟ ସରକାର ଗଠନ ହେବା ପରେ ଏବଂ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ ହେବା ପରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ।
ପ୍ରଧାନମନ୍ତ୍ରୀ ରାନିଲ ୱିକେରେସିଂହ କହିଛନ୍ତି ଯେ ଦେଶର ସମସ୍ତ ପାର୍ଟି ସରକାର ଗଠନ ହେବା ଆବଶ୍ୟକ । ଏ ନେଇ ସେ ରାଷ୍ଟ୍ରପତିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ଇନ୍ଧନ ସଙ୍କଟ ଦେଖାଦେଇଛି । ଖାଦ୍ୟ ଅଭାବ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦେଶରେ ପହଞ୍ଚିବେ ଏବଂ ଦେଶର ଆର୍ଥିକ ରିପୋର୍ଟ ଆଇଏମଏଫକୁ ଖୁବ୍ ଶୀଘ୍ର ରିପୋର୍ଟ ଦେବେ। ସେ କହିଛନ୍ତି, ଯେତେବେଳେ ସରକାର ଭାଙ୍ଗିଯାଏ ସେତେବେଳେ ଜରୁରୀକାଳୀନ ଭାବେ ଅନ୍ୟ କେହି ସରକାର ଗଢିବା ଦରକାର। ଏପରି ହେଲେ ଦେଶରେ ସ୍ଥିର ସରକାର ସୁନିଶ୍ଚିତ ହୋଇପାରିବ ।
ତେବେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ମଧ୍ୟ ନିଜ ପଦରୁ ଇସ୍ତଫା ଦେବେ ବୋଲି ସୂଚନା ରହିଛି। ବାଚସ୍ପତି ଏବେ ଦେଶର ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବେ। ଏହି ଆସନରେ ସେ ସର୍ବାଧିକ 30 ଦିନ କାର୍ଯ୍ୟ କରିବେ।
ଶ୍ରୀଲଙ୍କାର ଏବେ ଋଣ ପ୍ରାୟ ୪ ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ଫାଙ୍କା ହୋଇଯାଇଛି। ଓଡ଼ିଶାର ଅଧା ଜନସଂଖ୍ୟା ରହୁଥିବା ଏହି ଦେଶରେ ଏବେ ପେଟ୍ରୋଲ ମିଳୁ ନଥିବା ବେଳେ ବିଜୁଳି ବି ମିଳୁନାହିଁ। ଲୋକେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇ ସରକାରକୁ ଟାର୍ଗେଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦେଶରେ ଋଣ ବୋଝ ବଢିବା ପରେ ଦେଶ ଏବେ ଦେବାଳିଆ ହୋଇଯାଇଛି । କିଛି ମାସ ହେବ ଏହାକୁ ନେଇ ଶ୍ରୀଲଙ୍କାରେ ଜନ ଅସନ୍ତୋଷ ତେଜିଛି। ଖାଦ୍ୟ ସାମଗ୍ରୀ ପାଖରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷର ଦରଦାମ ଆକାଶ ଛୁଆଁ ରହିଛି। କିଛି ମାସ ହେଲାଣି ଦେଶରେ ଇନ୍ଧନ ଅଭାବ ସହ ସ୍କୁଲ ବନ୍ଦ ହେବା ଓ ଅଫିସ କାମ ଘରୁ ଆରମ୍ଭ ହେବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।
ଆଜି ଲକ୍ଷାଧିକ ଲୋକ ରାଷ୍ଟ୍ରପତି ଭବନକୁ ଘେରାଉ କରିଛନ୍ତି । ଲୋକେ ରାଷ୍ଟ୍ରପତି ଭବନ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ରାଷ୍ଟ୍ରପତି ଭବନ ଛାଡି ପଳାଇଛନ୍ତି।
Comments are closed.