Latest Odisha News

BREAKING NEWS

ତାମିଲନାଡୁର ୧୫ ଜଣ ମତ୍ସ୍ୟଜୀବୀ ଗିରଫ ସହ ୨ ବୋଟ ଜବତ କଲା ଶ୍ରୀଲଙ୍କା ନୌସେନା

ନୂଆଦିଲ୍ଲୀ : ମାଛ ଧରିବା ଅଭିଯୋଗରେ ୧୫ ଜଣ ମତ୍ସ୍ୟଜୀବୀ ଗିରଫ । ଗତକାଲି ସନ୍ଧ୍ୟାରେ ପ୍ରାୟ ୨୫୦୦ମତ୍ସ୍ୟଜୀବୀ ୪୦୦ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ। ଧନୁଷ୍କୋଡି ଏବଂ ଥାଲାମନାନାର ନିକଟରେ ମାଛ ଧରିବାବେଳେ ଶ୍ରୀଲଙ୍କା ନୌସେନା ପେଟ୍ରୋଲିଂ କରି ସେମାନଙ୍କୁ  ଧରିଥିଲେ ।

BjdElectrycity

ସାମୁଦ୍ରିକ ସୀମା ପାର ହେବା ଅଭିଯୋଗରେ ସେମାନଙ୍କର ଦୁଇଟି ଡଙ୍ଗା ମଧ୍ୟ ଜବତ କରାଯାଇଛି । ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଥାଲାଇମନ୍ନାର ନେଭି କ୍ୟାମ୍ପକୁ ନିଆଯାଇଛି। ଶ୍ରୀଲଙ୍କା ନୌସେନା ଯାଞ୍ଚ କରିବା ପରେ ଏମାନଙ୍କୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯିବ। ତେବେ ଗିରଫ ୧୫ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ ୧୨ ବର୍ଷ ନାବାଳକ ରହିଛି । ଏନେଇ ଗିରଫ ମତ୍ସ୍ୟଜୀବୀମାନଙ୍କୁ ଛାଡ଼ିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।

 

Leave A Reply

Your email address will not be published.