Latest Odisha News

BREAKING NEWS

ଧାମନଗରରେ ବାଜିମାତ୍ କଲେ ସୂର୍ଯ୍ୟବଂଶୀ ସୂରଜ

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ସରିବା ଉପରେ  । ତେଣେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଭୋଟରେ ଆଗୁଆ ରହିଛନ୍ତି । ସୂର୍ଯ୍ୟଙ୍କୁ ୮୦,୩୫୧ ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୭୦,୪୭୦ ଭୋଟ୍ ।  କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ ଖଣ୍ଡ ଭୋଟ୍ ମିଳିଛି । ବିଜେଡିର ବିଦ୍ରୋହୀ ନେତା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୮୧୫୩ ଖଣ୍ଡ ଭୋଟ୍ ମିଳିଛି । ଅନ୍ୟ ସ୍ୱାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ଖଣ୍ଡ ଭୋଟ୍ ମିଳିଛି । ଉଭୟ ଇଭିଏମ ଓ ପୋଷ୍ଟାଲ ବାଲାଟ୍ ଗୁଡିକୁ ଗଣତି କରାଯିବା ପରେ ବିଜେପି ବାଜିମାତ୍ କରିଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ଫଳାଫଳ ସମ୍ପର୍କରେ ବିଧିବଦ୍ଧ ଘୋଷଣା ବାକି ରହିଛି ।

ସକାଳ ୮ଟାରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ସଂସ୍କୃତି ଭବନରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ୧୪ଟି ଟେବୁଲରେ ଭୋଟ ଗଣତି ହୋଇଥିଲା । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି, ସାଢେ ୮ଟାରୁ ଇଭିଏମ୍ ଗଣତି ହୋଇଥିଲା । ୨୫୨ବୁଥ୍ ରୁ ଭିଭିପାଟ୍ କୁ ଗଣନା କେନ୍ଦ୍ରକୁ ଅଣାଯାଇ ୧୮ ରାଉଣ୍ଡରେ ହୋଇଥିଲା ଗଣତି । ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏନେଇ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତିଯେ, ଉପନିର୍ବାଚନରେ ୫ ଜଣ ପ୍ରାର୍ଥୀ ଥିଲେ । ଧାମନଗରବାସୀ ନିଜର ମତଦାନ କରିଛନ୍ତି । ବିଜେପି ଇତିହାସ ରଚିଛି । ଅସମୟରେ ଉପନିର୍ବାଚନ ହୋଇଥିଲା । ନିର୍ବାଚନ ପାଇଁ ନିଜ ଲୋକଙ୍କୁ ଭୋଟ୍ ମାଗିନାହିଁ, ସେମାନଙ୍କ ଆର୍ଶୀବାଦ ମାଗିଥିଲି । ଧାମନଗରବାସୀ ବିକାଶ ପ୍ରସଙ୍ଗ ନେଇ ନିର୍ବାଚନ ଲଢିଥିଲି । ଭୋଟରଙ୍କ ମତକୁ ମୁଁ ସମ୍ମାନ ଦେଉଛି । ମୁଁ ନିମିତ୍ତ ମାତ୍ର ।

Leave A Reply

Your email address will not be published.