Latest Odisha News

ସେପ୍ଟେମ୍ବର ୨୧ରେ ହେବ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ

କଲମ୍ବୋ: ସେପ୍ଟେମ୍ବର ୨୧ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ପ୍ରାୟ ୧୭ ନିୟୁତ ଭୋଟର ପ୍ରଥମ ଥର ପାଇଁ ଦେଶର ନେତା ଚୟନ କରିବାର ସୁଯୋଗ ପାଇବେ।

ତେବେ ଏହି ଘୋଷଣା ପରେ ମାସ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏହି ନିର୍ବାଚନ ଦେଶରେ ଅର୍ଥନୈତିକ ସଂସ୍କାରର ଭବିଷ୍ୟତ ସ୍ଥିର କରିବ ବୋଲି ଚର୍ଚ୍ଚା ହେଉଛି।

ଏହି ନିର୍ବାଚନରେ ​​ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୨ ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହାରି ମଧ୍ଯରେ ଶ୍ରୀଲଙ୍କାରେ ପ୍ରଥମ ନିର୍ବାଚନ ହେବ। ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ନାମାଙ୍କନ ଅଗଷ୍ଟ ୧୫ରେ ହେବ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଓକିଲ ରୋନାଲ୍ଡ ପେରେରା ରାଷ୍ଟ୍ରପତି ନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ୭୫ ବର୍ଷିୟ ବିକ୍ରମସିଙ୍ଘେଙ୍କ ତରଫରୁ ନଗଦ ଟଙ୍କା ଜମା କରିଛନ୍ତି।

ତେବେ ଯେତେବେଳେ ଦେଶ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ସେତେବେଳେ ବିକ୍ରମସିଙ୍ଘେ ଦ୍ୱୀପ ରାଷ୍ଟ୍ରର ଦାୟିତ୍ୱ ଗ୍ରହଣ କରିଥିଲେ । କିଛି ସପ୍ତାହ ପୂର୍ବରୁ ସେ ଏକ ରାଜନୈତିକ କାର୍ଯ୍ୟାଳୟ ମଧ୍ୟ ଖୋଲିଥିଲେ ।

Comments are closed.