Latest Odisha News

BREAKING NEWS

ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ହୋଇଥିବା ଧୀବର ଭାରତ ଫେରିଲେ

କଲମ୍ବୋ: ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ହୋଇଥିବା ସମସ୍ତ ଭାରତୀୟ ଧୀବର ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ସାମୁଦ୍ରିକ ସୀମାରେ ପ୍ରବେଶ କରିଥିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା । ଦୁଇ ଦେଶର ନୌସେନା ମଧ୍ୟରେ ଆଲୋଚନା ହେବା ପରେ ଶ୍ରୀଲଙ୍କା ସମସ୍ତ ୫୪ ଧୀବରଙ୍କୁ ଫେରାଇ ଦେଇଥିଲା ।

୪୦ଜଣଙ୍କୁ ଶୁକ୍ରବାର ଏବଂ ୧୪ଜଣଙ୍କୁ ଆଜି ଶ୍ରୀଲଙ୍କା ନୌବାହିନୀ ଛାଡି ଦେଇଥିଲା । କଲମ୍ବୋରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Comments are closed.