କଲମ୍ବୋ: ଶ୍ରୀଲଙ୍କାରେ ଆୟୋଜିତ ଏକ ପ୍ରଦର୍ଶନୀରେ ବିଶ୍ୱର ସବୁଠାରୁ ବଡ ନୀଲମ ପଥରକୁ ରଖା ଯାଇଥିଲା । ଏହାକୁ ଦେଖିବା ପାଇଁ ବେଶ ଭୀଡ ଜମିଥିଲା । ନୀଲମର ଓଜନ ୩୧୦ କିଲୋଗ୍ରାମ ଏବଂ ଏହା ରତ୍ନାପୁରର ଏକ ଖଣିରୁ ମିଳିଥିଲା । ଆନ୍ତର୍ଜାତୀୟ ବଜାରରେ ଏହାକୁ ବିକ୍ରୀ କରିବା ପାଇଁ ଏହାର ମାଲିକ ଯୋଜନା କରୁଛନ୍ତି ।
ଶ୍ରୀଲଙ୍କାର ନ୍ୟାଶନାଲ ଜେମ୍ସ ଆଣ୍ଡ ଜ୍ୱେଲେରୀ ଅଥରିଟି ଏହାକୁ ପ୍ରମାଣିତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ରତ୍ନ ସଂଗଠନ ମାନ୍ୟତା ଦେଇନି । ରତ୍ନର ପରୀକ୍ଷା ନୀରୀକ୍ଷା କରାଯିବା ପରେ ଏହା ମୂଲ୍ୟବାନ କି ନାହିଁ ତାହା ପ୍ରମାଣିତ ହେବ । ଏହା ପରେ ଏହାର ମୂଲ୍ୟ ଆନ୍ତର୍ଜାତୀୟ ବଜାରକୁ ଆଖି ଆଗରେ ରଖାଯାଇ ସ୍ଥିର କରାଯିବ ।
Comments are closed.