ନୂଆଦିଲ୍ଲୀ: ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଡିସାନାୟ ଡିସେମ୍ବର ୧୬ରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲ।
ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ରାଷ୍ଟ୍ରପତି ହେବା ପରେ ଏହା ମୋର ପ୍ରଥମ ବିଦେଶ ଯାତ୍ରା ଅଟେ। ଭାରତର ପ୍ରଧାନମନ୍ତ୍ରୀଙ୍କୁ ମୁଁ ଆଶ୍ୱାସନା ଦେଉଛି ଯେ ଭାରତ ବିରୋଧରେ ଶ୍ରୀଲଙ୍କା ଭୂମିର ବ୍ୟବହାର ହେବନାହିଁ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ଯ କହିଛନ୍ତି ଯେ ପ୍ରଥମ ବିଦେଶ ଗସ୍ତ ପାଇଁ ଡିସାନାୟ ଭାରତକୁ ବାଛିଥିବାରୁ ବହୁତ ଖୁସି ଓ ତାଙ୍କୁ ସ୍ୱାଗତ ମଧ୍ଯ ଜଣାଉଛୁ। ତେବେ ଏହି ଭ୍ରମଣରେ ଦୁଇ ଦେଶ ମଧ୍ଯରେ ଥିବା ସମ୍ପର୍କରେ ଉନ୍ନତି ଘଟିବ। ତେବେ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗରେ ବିଭିନ୍ନ କ୍ଷେତ୍ରରେ ନିବେଶ ଭିତ୍ତିକ ବିକାଶ ଏବଂ ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି।
Comments are closed.