Latest Odisha News

BREAKING NEWS

ବଡ ଦିନରେ ଜଗା ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ, ଭିଡ ନିୟନ୍ତ୍ରଣରେ ଫେଲ ମାରିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଆଜି ବଡଦିନ ଅବସରରେ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଛି l ମହାପ୍ରଭୁଙ୍କ ଦର୍ଶନ ଲାଗି ମାତ୍ରାଧିକ ଭକ୍ତଙ୍କ ସମାଗମ ହୋଇଛି l ଭକ୍ତମାନେ ଦର୍ଶନ ଲାଗି ଦୀର୍ଘ ସମୟ ଅପେକ୍ଷା କରିବା ଫଳରେ ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍ କୁ ଠେଲି ଅବାଧରେ ପ୍ରବେଶ କରିଥିଲେ l

ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଭିଡ ନିୟନ୍ତ୍ରଣରେ ଫେଲ ମାରିଥିଲା ଶ୍ରୀମନ୍ଦିର ପ୍ରଶାସନ । ତେବେ ଏବେ ଠାରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ନକଲେ ଆଗକୁ ନୂଆବର୍ଷରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସେପଟେ ଅତିରିକ୍ତ ଏସପି ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେବାୟତ ଓ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଲାଇନ୍ ରେ କିଛି ଲୋକ ଓ ଗୁମାସ୍ତା ଅଯଥା ଗହଳି କରୁଥିବାରୁ ତାଙ୍କୁ ସେଥିରୁ ନିବୃତ ରହିବାକୁ କୁହାଯାଇଛି । ହେଲେ ସେଭଳି କୌଣସି ବଡ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ।

Leave A Reply

Your email address will not be published.