Latest Odisha News

ବାଲୁକା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ବାଲୁକା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ । ୫ ମିନିଟ ୩୦ ସେକେଣ୍ଡର ଏହି କ୍ଷୁଦ୍ର ବାଲୁକା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ | ଏହି କ୍ଷୁଦ୍ର  ଚଳଚ୍ଚିତ୍ରରେ ଅନେକ କିଛି ଜିନିଷ ଦେଖିବାକୁ ମିଳୁଛି । ଏହି ୫.୩୦ ସେକେଣ୍ଡ ର ବାଲୁକା ଆନିମେସନ ଚଳଚ୍ଚିତ୍ର କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୧୫ ଘଣ୍ଟା ଲାଗିଥିଲା |

ଜନସମାଗମ ପୁରୀରେ କିପରି ପ୍ରବଳ ଭିଡ଼ ହୋଇ ଜନସମାଜ ହଇରାଣ ହେଉଥିଲେ, ବଡ଼ ଦାଣ୍ଡ ରେ ପ୍ରବଳ ଭିଡ଼ ସହିତ ଗାଡି ମାନ ରାସ୍ତାକୁ ଆହୁରି ସଂକୀର୍ଣ୍ଣ କରୁଥିଲା, ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ କିଭଳି ଘଣ୍ଟା ଘଣ୍ଟା ପ୍ରବଳ ଖରା ତାତିରେ ଛିଡ଼ା ହୋଇ ରହୁଥିଲେ ଏବଂ ଜନସମାଜମାନଙ୍କ ର ହଟ ହଟା ର ଦୃଶ୍ୟକୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ହୃଦୟର ସହ ହୃଦୟଙ୍ଗମ କରି  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାର ନିଷ୍ପତି ନେଇଥିଲେ| ଏଥିରେ ଶ୍ରୀ ଦାଣ୍ଡ, ଶ୍ରୀ ସେତୁ,  ଏସି ଟର୍ମୀନାଲ, ଶୌଚାଳୟ, ବିଶାଳ ପାର୍କିଂ ବ୍ୟବସ୍ଥା, ମନ୍ଦିର ଚତୁର୍ପାଶ୍ୱର ସୌନ୍ଦର୍ଯ୍ୟ କରଣର ପରିକଳ୍ପନା କରିଥିଲେ | ତାପରେ ନିର୍ମାଣ ହେଲା ପୁରୀର ଅଦ୍ଭୁତ ପୂର୍ବ ପରିବର୍ତନର ଯାତ୍ରା । ଏହି ସମ୍ପୂର୍ଣ ପ୍ରକ୍ରିୟା କୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ଚିତ୍ରଣ କରିଛନ୍ତି |

Leave A Reply

Your email address will not be published.