Latest Odisha News

ଶରଦ ପାଓ୍ବାରଙ୍କ ଗୋଷ୍ଠୀର ନେତା କହିଲେ ‘ଶ୍ରୀରାମଚନ୍ଦ୍ର ମାଂସ ଖାଉଥିଲେ’, ଜବାବ ଦେଲା ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଦିନ ଅନେକ ରାଜ୍ୟରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି। ଏହି କ୍ରମରେ ବିଜେପି ନେତା ରାମ କଦମ ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଏହାକୁ ଗୋଟିଏ ଦିନ ପାଇଁ ନିଷିଦ୍ଧ କରିବାକୁ ନିବେଦନ କରିଛନ୍ତି। ଏହା ଉପରେ ଏନସିପି ଶରଦ ପାୱାର ଗୋଷ୍ଠୀ ନେତା ଡକ୍ଟର ଜିତେନ୍ଦ୍ର ଆୱାଡ କହିଛନ୍ତି ଯେ ଭଗବାନ ରାମ ଆମିଷ ଖାଉଥିଲେ ବା ମାଂସ ଖାଉଥିଲେ । ଏହାକୁ ନେଇ ବିଜେପି କହିଛି ଯେ ଯଦି ବାଲାସାହେବ ଠାକରେ ଆଜି ସେଠାରେ ଥାଆନ୍ତେ ତେବେ ସେ ତାଙ୍କୁ କଡା ଜବାବ ଦେଇଥାନ୍ତେ।

ଶ୍ରୀରାମଙ୍କୁ ନେଇ ଏନସିପି ନେତାଙ୍କ ବିବାଦୀୟ ବୟାନ ଉପରେ ବିଜେପି ନେତା ରାମ କଦମ କହିଛନ୍ତି ଯେ ଯଦି ସ୍ୱର୍ଗତ ବାଲାସାହେବ ଠାକରେ ଯଦି ଆଜି ସେଠାରେ ଥାଆନ୍ତେ, ତେବେ ଆଜିର ସାମ୍ନା ଖବରକାଗଜରେ ଭଗବାନ ରାମ ମାଂସ ଖାଉଥିଲେ ବୋଲି କହୁଥିବା ଲୋକଙ୍କୁ କଡ଼ା ଜବାବ ଦିଆଯାଇଥାନ୍ତା।

ଆଜି ଯେ କେହି ଶ୍ରୀରାମଙ୍କୁ କିଛି ବି କହିପାରନ୍ତି କିମ୍ବା ହିନ୍ଦୁମାନଙ୍କୁ ଉପହାସ କରିପାରନ୍ତି, କିନ୍ତୁ ଉଦ୍ଧବ ଠାକରେଙ୍କର କିଛି ଫରକ ପଡେନି। ସେମାନେ ବରଫ ପରି ଥଣ୍ଡା ହୋଇଯାଇଛନ୍ତି। କିନ୍ତୁ ଯେତେବେଳେ ନିର୍ବାଚନର ସମୟ ଆସିବ ସେମାନେ ମିଥ୍ୟା ଶକ୍ତି ଏକାଠି କରି ହିନ୍ଦୁତ୍ୱ କଥା କହିବେ।

ଏନସିପି (ଶରଦ ପାୱାର ଗୋଷ୍ଠୀ) ବିଧାୟକ ଡକ୍ଟର ଜିତେନ୍ଦ୍ର ଆୱାଡ ବୁଧବାର ମହାରାଷ୍ଟ୍ରର ଶିରିଡିରେ ଏକ କାର୍ଯ୍ୟକ୍ରମରେ ଭଗବାନ ରାମଙ୍କୁ ନେଇ ଏହି ବିବାଦୀୟ ବୟାନ ଦେଇଛନ୍ତି । ସେ କହିଥିଲେ ଯେ ଶ୍ରୀରାମ ଶାକାହାରୀ ନୁହଁନ୍ତି, ସେ ଆମିଷ ଖାଉଥିଲେ। ବିନା ଶିକାରରେ ଜଣେ ବ୍ୟକ୍ତି କିପରି ୧୪ ବର୍ଷ ଧରି ଜଙ୍ଗଲରେ ବଞ୍ଚିପାରିବ? ଶ୍ରୀରାମ ମଧ୍ୟ ଜଙ୍ଗଲରେ ଶିକାର କରୁଥିଲେ। ଆମେ ମଧ୍ୟ ତାଙ୍କ ଆଦର୍ଶଅନୁସରଣ କରୁଛୁ ଏବଂ ବର୍ତ୍ତମାନ ଲୋକମାନେ ଆମିଷ ହେବାକୁ ବାଧ୍ୟ ହେଉଛନ୍ତି ।

Comments are closed.